ବାଣପୁର ରେ ରାଧାକୃଷ୍ଣ ରାମ ଙ୍କ ସୃତିଚାରଣ ସମାରୋହ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବିଜ୍ଞପିତ ଅଞ୍ଚଳ ପରିଷଦର ପ୍ରଥମ ଅଧ୍ୟକ୍ଷ ବରିଷ୍ଠ ସାମ୍ୱାଦିକ ତଥା ସମାଜ ସେବୀ ରାଧାକୃଷ୍ଣ ରାମଙ୍କ ବିୟୋଗର ଦ୍ବାଦସ ଦିବସରେ” ଜୟ ବାଣପୁର ସଂଗ୍ରାମ ପରିଷଦ “ଆନୁକୁଲ୍ୟା ରେ ଶୁଭ କଲ୍ୟାଣ ମଣ୍ଡପ ପରିଷର ରେ ବୁଧବାର ସଂଧ୍ୟାରେ ଏକ ସୃତିଚାରଣ ସମାରୋହ ଅନୁଷ୍ଠିତ ହୋଇ ଥିଲା । ଏଥିରେ ବରିଷ୍ଠ ସାମ୍ୱାଦିକ ନୃସିଂହ ପ୍ରସାଦ ମିଶ୍ର ସଭାପତିତ୍ବ କରିଥିବା ବେଳେ କବି ପୁରୁଷୋତ୍ତମ ମହାପାତ୍ର, ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଗାଳ୍ପିକ ଶିବ ମିଶ୍ର, କବି ବାଳମୁକୁନ୍ଦ ଦାସ, ଆଡ ଭୋକେଟ ଶେଷଦେବ ମହାରଣା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପ୍ରାଧ୍ୟାପକ ଭବାନୀ ଶଙ୍କର ହୋତା, ନିରଂଜନ ପ୍ରଧାନ, ବ୍ରଜବନ୍ଧୁ ମିଶ୍ର, ଆନନ୍ଧ ଚନ୍ଦ୍ର ସେନାପତି, ଲକ୍ଷ୍ମୀ ଧର ପ୍ରଧାନ, ଇଂଜିନିୟର ଶେଷଦେବ ବରାଳ, ଶଙ୍କର ନାୟକ, ସାମ୍ବାଦିକ ବ୍ରଜ କିଶୋର ଜେନା, ସାମ୍ବାଦିକ ସୁନୀଲ କୁମାର ସୁବୁଦ୍ଧି, ସାମ୍ବାଦିକ ରାକେଶ ସାହୁ ଙ୍କ ସମେତ ନାଟ୍ୟକାର ମହେଶ୍ବର ଜେନା ପ୍ରମୁଖ ସ୍ୱର୍ଗତ ରାମ ଙ୍କ ଫୋଟ ରେ ଶ୍ରଦ୍ଧା ସୁମନ ଅର୍ପଣ ସହ ସ୍ବର୍ଗତ ରାମ ଙ୍କ ବାଣପୁର ର ଉନ୍ନତି ପାଇଁ ଥିବା ଅବଦାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶେଷ କରି ବାଣପୁର କୁ ସବ୍ ଡିଭିଜନ କରିବା ପାଇଁ ତାଙ୍କର ଉଦ୍ୟମକୁ ସଫଳ କରିବା ପାଇଁ ବାଣପୁର ବାସୀ ନିଶ୍ଚିତ ଉଦ୍ୟମ ଜାରୀ ରଖିବେ ବୋଲି ମତ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *