ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ମାମଲାରେ ତିନି ଯୁବକ ଗିରଫ !!!

0
74

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ମାମଲାରେ ତିନି ଯୁବକ ଗିରଫ ! ଫତେଗଡ଼ ଥାନା ଅଞ୍ଚଳରେରେ ଚାଞ୍ଚଲ୍ୟ , ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଯୁବତୀକୁ ଗଣଦୁଷ୍କର୍ମ ଅଭିଯୋଗ । ଫତେଗଡ ଶ୍ରୀରାମ ମନ୍ଦିରକୁ ଆସି ଦର୍ଶନ କରି ଫେରୁଥିବା ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ମାମଲାରେ ତିନିଜଣ ଯୁବକ ଗିରଫ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ରବିବାର ଦିନ ଜଣେ ୨୨ ବର୍ଷିୟା ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଫତେଗଡ ଶ୍ରୀରାମ ମନ୍ଦିରକୁ ଆସିଥିଲେ । ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରି ବାଇକରେ ସନ୍ଧ୍ୟା ସାଢ଼େ ଛଅଟା ବେଳେ ଫେରୁଥିଲେ । ଏହି ସମୟରେ ପିଠାଖାଇ ଜଙ୍ଗଲ ରାସ୍ତାରେ ତିନିଜଣ ଯୁବକ ଉଭୟଙ୍କୁ ଅଟକାଇଥିଲେ । ଛୁରୀ ଦେଖାଇ ଭୟଭୀତ କରି ଜଙ୍ଗଲ ଭିତରକୁ ନେଇଯାଇ ପ୍ରବଳ ମାଡମାରି ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଦେଇ ଯୁବତୀକୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏପରିକି ଦୁଷ୍କର୍ମ କରିବା ସହ ଭିଡିଓ ଉତ୍ତୋଳନ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାପରେ ଯୁବକ ଯୁବତୀଙ୍କ ଠାରୁ ୪ ହଜାର ୮ ଶହ ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ପଳାଇଥିଲେ । ପୁଣି ଅଭିଯୁକ୍ତ ମାନେ ଯୁବତୀଙ୍କୁ ଧମକ ଦେବା ସହ ସୁଟିଂ କରିଥିବା ଭିଡିଓ ଭାଇରାଲ ପାଇଁ ଧମକ ଦେଇଥିଲେ । ଯୁବତୀ ଜଣକ ରାଜି ନ ହେବାରୁ ଭିଡିଓକୁ ମୋବାଇଲରୁ ମୋବାଇଲକୁ ଭାଇରଲ କରିଥିଲେ । ପରେ ଏହା ସୋସିଆଲ ମିଡିଆରେ ବ୍ୟାପିଥିବା ଭାଇରାଲ ଭିଡିଓ । ପୀଡ଼ିତା ଯୁବତୀ ଜଣଙ୍କ ଏହି ଘଟଣା ଜାଣିବା ପରେ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଫତେଗଡ ଥାନା ପୋଲିସ ଏଭଳି ସମ୍ବେଦନଶୀଳ ଘଟଣାକୁ ଗୁରୁତର ଭାବେ ନେଇ କେସ ନଂ ୨୭୬/୨୪ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here