ଅନୁଗୋଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲାରେ ଥିବା AITUC ସହିତ ଅନୁବନ୍ଧିତ ଶ୍ରମିକ ସଂଗଠନ ଯଥା – କୋଇଲାଖଣି, ବିଦ୍ୟୁତ୍, ନିର୍ମାଣ ଶ୍ରମିକ, ଅଣସଙ୍ଗଠିତ ଶ୍ରମିକ, ଅଙ୍ଗନୱାଡି, ଆଶା କର୍ମୀ, ପାଚିକା କ୍ଷେତ୍ରରେ କାମ କରୁଥିବା ଶ୍ରମିକ ସଂଗଠନ ମାନଙ୍କ ପ୍ରତିନିଧି ମାନଙ୍କୁ ନେଇ ଏହି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
କୋଇଲା ସଂଗଠନ ର ନେତା ସିଦ୍ଧେଶ୍ୱର ପ୍ରଧାନ ଲାଲ ପତାକା ଉତ୍ତୋଳନ କରିବା ପରେ ସହିଦ ବେଦୀ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ରାମଚନ୍ଦ୍ର ସ୍ୱାଇଁ, ଭାବିନି ମହାନ୍ତି, ସୁଭଦ୍ରା ସାହୁ ଓ ନଳିନୀ ବିଶ୍ୱାଳ ପ୍ରମୂଖ ସଭାର ପରିଚାଳନା କରିଥିଲେ । ଜଗନ୍ନାଥ ଦାସ ଶୋକ ପ୍ରସ୍ତାବ ଆଗତ କରିବା ପରେ ଜିଲ୍ଲା ସଭାପତି ଦେବାଶିଷ ଘୋଷ ରାଜନୈତିକ ସାଂଗଠନିକ ରିପୋର୍ଟ ଉପସ୍ଥାପିତ କରିଥିଲେ । ଆଗାମୀ ସମ୍ମିଳନୀ ପର୍ଯ୍ୟନ୍ତ ଜିଲ୍ଲା ସଭାପତି ଭାବରେ ରାମଚନ୍ଦ୍ର ସ୍ୱାଇଁ ଓ ସମ୍ପାଦକ ଭାବେ ଜଗନ୍ନାଥ ବାଘ ନବ ନିର୍ବାଚିତ ହୋଇଥିଲେ ।