ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ମାଣିଆବନ୍ଧ ଠାରେ ଥିବା ଭାରତ ପେଟ୍ରୋଲିଅମ ପମ୍ପ ନିକଟରେ ଏକ ଆମ୍ବ ଗଛରେ ଝୁଲନ୍ତା ଶବ ଉଦ୍ଧାର ଘଟଣାକୁ ନେଇ ବଢ଼ିବାରେ ଲାଗିଛି ସସ୍ପେନ୍ସ । ମୃତ ବ୍ୟକ୍ତି ଜଣଙ୍କ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଖୁମ୍ପାପଡା ଗ୍ରାମର ମନୋଜ ସେଠୀ । ବୟସ ଅନୁମାନ 52 ବର୍ଷ ହେବ । ମନୋଜ ଦୀର୍ଘ 14 ବର୍ଷ ଧରି ଏହି ଅଂଚଳକୁ ଆସି ବୋରୱେଲ ଡ୍ରାଇଭର ଭାବେ କାମ କରନ୍ତି । ଗତକାଲି ବିଳମ୍ବିତ ରାତିରେ ସେ ଶୋଇଥିବା ଟ୍ରକରୁ ଓଲ୍ହାଇ କେଉଁଆଡ଼େ ଯାଉଥିବାର ଦୃଶ୍ୟ ସିସି କ୍ୟାମେରା ରେ ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ପରିବାର ଲୋକ ପହଞ୍ଚି ଏହାକୁ ହତ୍ୟା କରାଯାଇଛି ବୋଲି କହୁଥିବା ବେଳେ ମନୋଜ ଙ୍କର ହତ୍ୟା ନା ଆତ୍ମହତ୍ୟା ତାହା ଏବେ ସନ୍ଦେହ ଘେରରେ । ଶବ ବ୍ୟବଚ୍ଛେଦ କରାଯାଇ ତଦନ୍ତ କରାଗଲା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି କହିଛି ବଡମ୍ବା ପୋଲିସ ।