ଶରଧାପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ !!

0
255

ଅନୁଗୋଳ (ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କଣିହାଁ ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବାର ସୂଚନା ମିଳିଛି । ଅଗ୍ନିକାଣ୍ଡରେ ପ୍ରଶ୍ନ ବେହେରା, ଦୁସା ବେହେରା ଓ ଦୁଃଖୀଆ ବେହେରା ଙ୍କ ର ୪ଟି ଗୁହାଳ ସମ୍ପୁର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ପ୍ରଥମେ ସେହି ଗାଁ ର ତପୁ ଭୂତିଆ, ଲିକୁ ଭୂତିଆ ଓ ଶିଲୁ ଭୂତିଆ ନିଆଁ ଲାଗିଥିବାର ଦେଖିବାକୁ ପାଇଥିଲେ , ଅଗ୍ନିକାଣ୍ଡ କୁ ଦେଖିବା ପରେ ଗାଁ ଲୋକଙ୍କୁ ଡାକି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗ କୁ ଖବର ଦିଆ ଯାଇଥିଲା । ନିଆଁ ର ଭୟାବହତା ଏପରି ଥିଲା କି ଗାଁ ଲୋକଙ୍କ ଦ୍ୱାରା ନିଆଁ ଲିଭାଇବା ସମ୍ଭବ ହୋଇ ନଥିଲା । ପରେ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ କରିଥିଲେ ମଧ୍ୟ ଲୋକଙ୍କ ଗୁହାଳ ଗୁଡିକ ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଛି । ତେବେ ଅଗ୍ନିକାଣ୍ଡ ରେ ଗୋରୁ ଗାଈ ମାନେ ଅଳ୍ପକେ ବର୍ତି ଯାଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here