ପଞ୍ଚାୟତ ପାଣିଟାଙ୍କି ଗୃହ ମୁଖ୍ୟ ଗେଟରେ ତାଲା ପକାଇଲେ ଗ୍ରାମବାସୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ବନ୍ଦଗାଁ ପଞ୍ଚାୟତରେ ଅନେକ ଦିନ ଧରି ଲାଗି ରହିଛି ପାନୀୟ ଜଳ ସମସ୍ୟା l ବନ୍ଦଗାଁ ପଞ୍ଚାୟତ ଗୋଟିଏ ଆଦିବାସୀ ବହୁଳ ଅଞ୍ଚଳ ,ଏଠି ସ୍ଥାନୀୟ ଜନସାଧାରଣ ଖଟିଖିଆ ହୋଇଥିଲା ବେଳେ ଠିକ ରେ ପାଉନାହାନ୍ତି ପାନୀୟଜଳ , ପାଣି ପାଇଁ ଘୁରି ବୁଲୁଛନ୍ତି ଆଦିବାସୀ ମହିଳା , ପାନୀୟଜଳ ସମସ୍ୟା କାରଣରୁ ସ୍ଥାନୀୟ ମହିଳା ପୁରୁଷ ଏକତ୍ରିତ ହୋଇ ପାନୀୟ ଜଳ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି, ଯେମିତିକି ପିଇବା ପାଣି ବନ୍ଦଗାଁ ପାଇଁ ଏବେ ମିଛ ସପ୍ନ , ମିଛ ପ୍ରତିଶ୍ରୁତି ବିରାଟ ବିରାଟ ପାଣି ଟାଙ୍କି , ହଳ ହଳ ନଳକୂପ ପାନୀୟଜଳ ଯୋଗାଇବାରେ ବିଫଳ .

ପାନୀୟଜଳ ସମସ୍ୟା ବିଷୟରେ ବନ୍ଦଗାଁ ସରପଞ୍ଚଙ୍କୁ ଅଭିଯୋଗ କଲେ – ସରପଞ୍ଚ ବାବୁ କହୁଛନ୍ତି କରିବୁ , ସବୁବେଳେ କହୁଛନ୍ତି କରିବୁ କରିବୁ , ଆଉ କେବେ କରିବେ ? ଆଜି ପର୍ଯ୍ୟନ୍ତ କିଛି କରିଛନ୍ତି ନାଁ ଆଗକୁ କଣ କରିବେ ? ଏହି ଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ବସ୍ତି ବାସିନ୍ଦା l ବନ୍ଦଗାଁ ପଞ୍ଚାୟତରେ ଏକ ଲକ୍ଷ କ୍ଷମତା ସମ୍ପନ୍ନ ବିଶିଷ୍ଟ ଏକ ବିରାଟ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ପାଣି ଟାଙ୍କି ଟି ପାଣି ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ , ଏଠି ପ୍ରଶ୍ନ ଉଠେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିବା ପାଣି ଟାଙ୍କି କାହା ସ୍ୱାର୍ଥରେ , ପାଣି ଟାଙ୍କି ଟି କେବେ କାର୍ଯକାରୀ ହବ ? ସରପଞ୍ଚ କଣ ତାଙ୍କ ପ୍ରତିଶୃତି ପୂରଣ କରି ବସ୍ତିବାସିନ୍ଦା ଙ୍କୁ ଯୋଗାଇ ପାରିବେତ ପାନୀୟଜଳ ?? ଏବେ ପଞ୍ଚାୟତ ବସ୍ତି ବାସିନ୍ଦାଙ୍କ ପାଇଁ ବିରାଟ ପ୍ରଶ୍ନ ସୃଷ୍ଟି କରିଛି, ଅନ୍ୟ ପକ୍ଷରେ ଯଥା ଶୀଘ୍ର ପିଇବା ପାଣିର ସୁବିଧା ନହେଲେ ପଞ୍ଚାୟତ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବସ୍ତିବାସିନ୍ଦା ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *