୨ଦିନିଆ ବ୍ୟାଙ୍କ ବନ୍ଦକୁ ଢେଙ୍କାନାଳ ବ୍ୟାଙ୍କ ୟୁନଇଟେଡ଼ ଫୋରମ ତରଫରୁ ସମର୍ଥନ !

0
196

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଦୁଇ ଦିନିଆ ସର୍ବ ଭାରତୀୟ ବ୍ୟାଙ୍କ ବନ୍ଦ ଡାକରାକୁ ଢେଙ୍କାନାଳ ୟୁନଇଟେଡ଼ ବ୍ୟାଙ୍କ ଫୋରମ ତରଫରୁ ସମର୍ଥନ ଜଣାଇବା ଉଦେଶ୍ୟରେ ଢେଙ୍କାନାଳ ସହରର ଇନ୍ଦିରା ଗାନ୍ଧୀ ମାର୍କେଟ କମ୍ପ୍ଲେକ୍ସ ଠାରେ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଜାତୀୟ କରଣ ବ୍ୟାଙ୍କ ଗୁଡିକୁ ବଡ ବଡ଼ ଉଦ୍ୟୋଗପତି ଙ୍କ ହାତରେ ଟେକି ଦେବାପାଇଁ କେନ୍ଦ୍ର ସରକାର ଯେଉଁ ହୀନ ଚକ୍ରାନ୍ତ କରୁଛି ତାହାକୁ ବିରୋଧ କରି ଏହି ଦୁଇ ଦିନିଆ ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି । ମାର୍ଚ୍ଚ 15 ଓ 16 ଦୁଇଦିନ ଧରି ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଥିଲା ।

1969 ମସିହା ପରଠାରୁ ବ୍ୟାଙ୍କ ଗୁଡିକୁ ଜାତୀୟକରଣ କରାଯିବା ଦ୍ୱାରା ଏଗୁଡିକ କୃଷି ଶିଳ୍ପ ତଥା ଦେଶର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କ୍ଷେତ୍ରରେ ଯେଉଁ ଅବଦାନ ପ୍ରଦାନ କରିଛି ତାହା ଅବିସ୍ମରଣୀୟ ହୋଇଛି । ସାଧାରଣ କୃଷକ ଠାରୁ ଆରମ୍ଭ କରି କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀ, ଶିକ୍ଷିତ ବେକାରୀ, ଶିକ୍ଷା ଋଣ କ୍ଷେତ୍ରରେ ବ୍ୟାଙ୍କ ଗୁଡିକ ଋଣ ପ୍ରଦାନ କରିବା ଦ୍ୱାରା ଦେଶର ଉନ୍ନତି ସମ୍ଭବ ହୋଇପାରିଛି । କିନ୍ତୁ ଏବେ କେନ୍ଦ୍ର ସରକାର ଯେଉଁ ହୀନ ଚକ୍ରାନ୍ତ ଚଳାଇଛନ୍ତି ତାହା ଦେଶର ପ୍ରଗତିରେ ବାଧା ସୃଷ୍ଟି କରିବ ବୋଲି ସଂଘ ତରଫରୁ ଦାବି ରହିଛି । ଆଜିର ଏହି ସଭାରେ ବିଶେଷ ଅତିଥି ରୂପେ ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ରୁଦ୍ରନାରାୟଣ ମହାପାତ୍ର, ବୈକୁଣ୍ଠ ବିହାରୀ ପଣ୍ଡା, ମୁରଲୀଧର ଭଞ୍ଜ ପ୍ରମୁଖ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

LEAVE A REPLY

Please enter your comment!
Please enter your name here