ଚିନ୍ମୟ ଫାଉଣ୍ଡେସନର ଆନ୍ତର୍ଜାତିକ ଅନଲାଇନ୍ ରଙ୍ଗୋଲି ପ୍ରତିଯୋଗିତାରେ ଭାଗନେଲେ ୧୩୭୨ ଜଣ ପ୍ରତିଯୋଗୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗ୍ରାମାଞ୍ଚଳର ଲୋକ ଚିତ୍ରକଳା ଓ ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ଗ୍ରାମରେ ପ୍ରତିଷ୍ଠିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମ ଆନ୍ତର୍ଜାତିକ ଗ୍ରାମୀଣ ପ୍ରତିଭା ଅନ୍ୱେଷଣ ଅଭିଯାନ ପକ୍ଷରୁ ଚଳିତ ମାସ ପବିତ୍ର ଦୀପାବଳୀ ଓ କାଳୀ ପୂଜା ଅବସରରେ ଅନ୍ଲାଇନ୍ ରଙ୍ଗୋଲି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ବାଂଲାଦେଶ, ନେପାଳ ସମେତ ବିଭିନ୍ନ ପ୍ରବାସୀ ଦେଶର ପ୍ରତିଯୋଗୀ ମାନଙ୍କୁ ମିଶାଇ ମୋଟ ୧୩୭୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବିଗତ ବର୍ଷ ଭଳି ଚଳିତ ବର୍ଷ ଦେଶ ବିଦେଶରେ ରହୁଥିବା ମହିଳା ମାନଙ୍କୁ ନେଇ କାର୍ତ୍ତିକ ମାସରେ ପାଞ୍ଚ ଦିନ ଧରି ମୁରୁଜ, ମାର୍ଗଶିର ମାସରେ ପାଞ୍ଚ ପାଳି ଗୁରୁବାର ସେର ଝୋଟି ସହ ମୁସଲମାନ ମହିଳା ମାନଙ୍କୁ ନେଇ ମେହେନ୍ଦି ପ୍ରତିଯୋଗିତା, ମହିଳା ମାନଙ୍କ ଦ୍ଵାରା ଅନ୍ଲାଇନ୍ ସଙ୍ଗୀତ ପ୍ରତିଯୋଗିତା ଆଦି କରାଯିବ। ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ଇଛୁକ ମହିଳା ପ୍ରତିଯୋଗୀ ମାନେ ସବିଶେଷ ବିବରଣୀ ନିମନ୍ତେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ସହ ୮୩୨୮୮୭୬୦୩୮ ଦୂରାଭାଷ ସଂଖ୍ୟାରେ ଯୋଗାଯୋଗ କରିପାରିବେ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *