ରେଙ୍ଗାଲି ବନ୍ଧରୁ ମାଟି ଅତଡା ଖସି ବାପ ଗୁରୁତର : ନାବାଳିକା ଝିଅ ମୃତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ନଡ଼ିଆଭଙ୍ଗା ପାଖ ରେଙ୍ଗାଲି ବନ୍ଧରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶୌଚ ହେବା ପାଇଁ ବାପ ଝିଅ ଦୁହେଁ ତାଙ୍କ ଘର ପାଖ ରେଙ୍ଗାଲି ବନ୍ଧକୁ ଯାଇଥିବା ସମୟରେ ବନ୍ଧ ମାଟି ଅତଡା ଖସି ବାପ ଗୁରୁତର ହୋଇ ଯାଇଥିବା ବେଳେ ନାବାଳିକା ଝିଅର ମୃତ୍ୟୁ ଘଟିଛି । ସୂଚନା ଥାଉ କି କଳିଙ୍ଗନଗର ଥାନା ଅନ୍ତର୍ଗତ ନଡ଼ିଆଭଙ୍ଗା ପାଖ ରେଙ୍ଗାଲି ବନ୍ଧରେ ଆଜି ସକାଳ ସମୟରେ ମାଟି ଅତଡ଼ା ଖସି ଯିବାରୁ ବାପ ଗୁରୁତର ହୋଇ ଯାଇଥିଲେ ଏବଂ ୮ ବର୍ଷର ନାବାଳିକା ଝିଅ ନିଖୋଜ ହୋଇ ଯାଇଥିଲେ । ଘଟଣାଟି ପ୍ରଥମେ ଗ୍ରାମବାସୀ ଜାଣିବା ପରେ ଘଟଣା ସ୍ଥଳରେ ଏକତ୍ରିତ ହୋଇ ବାପକୁ ଉଦ୍ଧାର କରି ଚିକିତ୍ସା ପାଇଁ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଥିଲେ ଏବଂ ନାବାଳିକା ଝିଅକୁ ବୋହୁତ ଖୋଜା ଖୋଜି କରିଥିଲେ କିନ୍ତୁ ନାବାଳିକା ଝିଅକୁ ପାଇଁ ନଥିଲେ । ପରେ ଗ୍ରାମବାସୀ କଳିଙ୍ଗନଗର ପୋଲିସ ଏବଂ ଦମକଳ ବାହୀନିକଙ୍କୁ ଖବର ଦେଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ କଳିଙ୍ଗନଗର ପୋଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କଲାପରେ ମାଟି ଅତଡ଼ା ଭିତରୁ ନାବାଳିକା ଝିଅର ମୃତ ଦେହ ଉଦ୍ଧାର କରିଥିଲେ । ସୂଚନା ଯୋଗ୍ୟ ନଡିଆଭଙ୍ଗା ପଞ୍ଚାୟତ ବାଉଁଶନାଡି ଗ୍ରାମର ଈଶ୍ୱର ତିରିଆ ତାଙ୍କ ୮ ବର୍ଷର ନାବାଳିକା ଝିଅ ଗୀତା ମୁଣ୍ଡାଙ୍କୁ ନେଇ ସ୍ଥାନୀୟ ରେଙ୍ଗାଲି ବନ୍ଧ କଡ଼କୁ ଶୌଚ ପାଇଁ ଯାଇଥିବା ବେଳେ ଖୋଳା ହୋଇଥିବା ରେଙ୍ଗାଲି ମାଟି ଅତଡା ତାଙ୍କ ଦୁଇ ଜଣଙ୍କ ଉପରେ ଖସି ପଡିଥିଲା । ପ୍ରତ୍ୟେକ ଦିନ ଭଳି ସକାଳୁ ଶୌଚ ହେବା ପାଇଁ ବାପା ଝିଅ ଯାଉଥିବା ବେଳେ ହଠାତ ମାଟି ଅତଡା ଖସି ଯାଇଥିଲା । ରେଙ୍ଗାଲି କେନାଲ କାମ କରୁଥିବା ରାଇଟ ଟ୍ରାଙ୍ଗେଲ କମ୍ପାନୀର ମନମୁଖୀ କାର୍ଯ୍ୟ ପାଇଁ ଗାଁ କୁ ଲାଗି ଖୋଳା ଯାଇଥିଲା, ଯାହା ଫଳରେ ଅକାଳରେ ଜଣେ ଶିଶୁର ଜୀବନ ଚାଲିଯାଇଛି । ଏଥିପାଇଁ ପରିବାର ଲୋକ ରେଙ୍ଗାଲି ଠିକାଦାରୀଙ୍କୁ ଦାୟୀ କରିଛନ୍ତି । ଯଦି କ୍ଷତି ପୂରଣ ଦିଆ ନଯାଏ ତେବେ କମ୍ପାନୀ ଘେରାଇ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମୃତକ ପରିବାର ଏବଂ ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *