କାର୍ତ୍ତିକ ତୃତୀୟ ସୋମବାରରେ ଶୈବ ପୀଠରେ ଭକ୍ତଙ୍କ ସମାଗମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାର୍ତ୍ତିକ ତୃତୀୟ ସୋମବାରରେ ଶୈବ ପୀଠରେ ଭକ୍ତଙ୍କ ସମାଗମ ! କାର୍ତ୍ତିକ ମାସର ତୃତୀୟ ସୋମବାର ହୋଇ ଥିବାରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସକାଳୁ ଭକ୍ତମାନେ ନଡିଆ କଦଳୀ, ବେଲପତ୍ର, କ୍ଷୀର ଦହି, ମହୁ ଫୁଲ ଓ ପଇଡ଼ ପ୍ରଭୃତି ପୂଜା ସାମଗ୍ରୀ ଧରି ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି । କାର୍ତ୍ତିକ ମାସର ବିଶେଷତ୍ୱ ହେଉଛି ଏହା ହରି ହରଙ୍କ ମାସ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ମହାଦେବଙ୍କୁ ଦର୍ଶନ କରି ପୂଜା କଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଏହି ଦିନ ଭକ୍ତମାନେ ଉପବାସ ରହି ଶିଵଙ୍କ ଉପରେ ଜଳ, କ୍ଷୀର, ମହୁ, ଦହି ପ୍ରଭୃତିରେ ଅଭିଷେକ କଲେ କୋଟି ପୁଣ୍ୟ ମିଳେ ଓ ନିଜର ପରିବାରର ସମୃଦ୍ଧି ସହ ରୋଗ ବ୍ୟାଧି ଦୂର ହୋଇ ଶାନ୍ତିରେ ଜୀବନ ଅତିବାହିତ ହୁଏ ବୋଲି ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *