ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ପଞ୍ଚାୟତ ର କୃଷ୍ନପୁରୁ ମୌଜାର ପାଞ୍ଚଗୋଛିଆ ଆଦିବାସୀ ସାହିରେ ଥିବା ନଳକୂପର ପାଣି ବ୍ୟବହାର ସ୍ଥାନୀୟ ଲୋକଙ୍କ ପାଇଁ ହୋଇଛି କ୍ଷତିକାରକ । ନଳକୂପ ରୁ ଏକବର୍ଷ ହେବ ଶିଉଳି, ଜଙ୍କ ଏବଂ କଳଙ୍କି ମିଶା ପାଣିବାହାରୁ ଅଛି । ପ୍ରାୟ ଦଶ ରୁ ବାରଟି ପରିବାର ଏହି ନଳକୂପ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ବହୁମାତ୍ରାରେ ଶିଉଳି ମିଶା ପାଣି ବାହାରୁ ଥିବାରୁ ସାହିର ବାସିନ୍ଦା ମାନେ କେନାଲ ଓ ଗାଡିଆରୁ ପାଣି ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ଆଦିବାସୀ ସାହିର ମହିଳା ମାନେ ପ୍ରକାଶ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା , ନଳକୂପର ପାଣି ବ୍ୟବହାର କଲେ ଦାନ୍ତଗୁଡିକ କଷରା ପଡୁଥିବାର ସାହିର ବାସିନ୍ଦା ମାନେ କହିଛନ୍ତି । ପାନୀୟ ଜଳ ଯୋଗାଣ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ । ତେଣୁ ଏହି ଆଦିବାସୀ ସାହିର ବାସିନ୍ଦା ମାନେ ସେହି ନଳକୂପ ଟିକୁ ଭଲରେ ମରାମତି କରିବା ସହିତ ଓ କିପରି ସ୍ୱଚ୍ଛ ପାନୀୟ ଜଳ ପାଇ ପାରିବେ ସେଥିପାଇଁ ସ୍ଥାନୀୟ ପ୍ରଶାସନ କୁ ନିବେଦନ କରିଅଛନ୍ତି ।
ଜଙ୍କଗୁଣ୍ଡ ଓ ଶିଉଳି ମିଶ୍ରିତ ପାଣି ବ୍ୟବହାର କରି ଦାନ୍ତ କଷରା ପଡୁଥିବା ଅଭିଯୋଗ ।

