ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରାଜଦାଣ୍ଡ ରେ ଭକ୍ତି ପୁଷ୍ପାଞ୍ଜଳି ସାଂସ୍କୃତିକ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେବୀ ମଠର ମହନ୍ତ ରାମାନନ୍ଦ ଦାସ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଡକ୍ଟର ଦୁର୍ଗା ପ୍ରସାଦ ପାଢ଼ୀ, ସଭାପତି ହରିମୋହନ ପଟ୍ଟନାୟକ , ଉପ ସଭାପତି ଲୋକନାଥ ମିଶ୍ର, ସମ୍ପାଦକ ହେମନ୍ତ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା କରାଯାଇଥିଲା । ଓଡ଼ିଶାର ସୁନାମଧନ୍ୟ କଳାକାର ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ କରାଯାଇଥିଲା । ଆଦର୍ଶ ଦାସ ଅତିଥି ପରିଚୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ହେମନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଭକ୍ତି ପୁଷ୍ପାଞ୍ଜଳି ସାଂସ୍କୃତିକ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

