କୁଟୁରାକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ ବନ୍ତଳା ବନ ବିଭାଗର କର୍ମଚାରୀ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ପାଣି ପିଇବାକୁ ଆସିଥିବା କୁଟୁରାକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ ବନ୍ତଳା ବନ ବିଭାଗର କର୍ମଚାରୀ । ମିଳିଥିବା ସୂଚନାନୁସାରେ, ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ପୁକୋତୁଙ୍ଗା ଜଙ୍ଗଲରେ ଏକ କୁଟୁରା ପାଣି ପାଇଁ ବୁଲୁଥିବା ବେଳେ ଏକ କୁକୁର ତାକୁ ଗୋଡ଼ାଇଥିଲା । ଜୀବନ ବିକଳରେ କୁଟୁରାଟି ପୁକୋତୁଙ୍ଗା ଗାଁ ଭିତରେ ପଶି ଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ୍ତଳା ରେଞ୍ଜର ଟିମ୍ ସହ ପହଞ୍ଚି କୁଟୁରାକୁ ଉଦ୍ଧାର କରିଛନ୍ତି । ପୁକୋତୁଙ୍ଗା ସରପଞ୍ଚ ସୁଜିତ ମହାଳିକଙ୍କ ଉପସ୍ଥିତିରେ କୁଟୁରାକୁ ନୂଆକ୍ଷେତ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥିବା ନେଇ ବନ୍ତଳା ରେଞ୍ଜର ମାଧବ ଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *