ବାଣପୁର ଗୋଦାବାରୀଶ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ବିନାୟକ ହୋତା, ରୋଭର୍ ଲିଡର ଆଦିତ୍ୟ ସାରଥି ବେଦମାତ୍ତା, ରେଞ୍ଜର୍ ଲିଡର ସୁଶ୍ରୀ ଉତ୍କଳିକା ପାଢ଼ି ଙ୍କ ଉପସ୍ଥିତି ରେ ଏକ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ବେଦମତ୍ତା ରୋଭର ,ରଞ୍ଜର୍ ମାନଙ୍କୁ ଦୁର୍ନୀତି ବିରୁଦ୍ଧରେ ଏକ ଶପଥ ପାଠ କରାଇଥିଲେ । ଅଧକ୍ଷ ଶ୍ରୀ ହୋତା ଦୁର୍ନୀତି ଦ୍ଵାରା ରାଷ୍ଟ୍ରର କିପରି ଅଧଃ ପତନ ହୁଏ ବକ୍ତବ୍ୟ ରଖିଥିଲେ ଓ ଛାତ୍ର ଛାତ୍ରୀ ମାନେ ଦୁର୍ନୀତି ନିବାରଣ ପାଇଁ ସଚେତନ ହୋଇ ସମାଜକୁ କିପରି ସୁସ୍ଥ ରଖିପାରିବେ ସେ ବିଷୟରେ ଆଲୋକ ପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ତିରିଶି ଜଣ ରୋଭର୍ ଓ ରେଞ୍ଜର ମାନଙ୍କ ସହିତ କଲେଜ ର ପୁରାତନ ଛାତ୍ର ନିତିଶ୍ କୁମାର୍ ବିଶ୍ଵାଳ ଓ ଛାତ୍ରୀ ସୁଦୀପ୍ତି ଶୁଭ ଦର୍ଶୀନି ସେଠି ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *