ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ବହୁ ଆଡମ୍ବରରେ ଗିରି ଗୋବର୍ଦ୍ଧନ ପୂଜା ରୀତିନିତି ଅନୁସାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡିଶା ନିଖିଳ ଉତ୍କଳ ସଂକୀର୍ତନ ମଣ୍ଡଳୀ ମହାସଂଘର ସଭାପତି ପ୍ରଫେସର ଶଶାଙ୍କ ଚୂଡ଼ାମଣି ଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଗ୍ରାମବାସୀ ଓ କ୍ଳବ ପିଲାମାନଙ୍କ ସହଯୋଗ ରେ ଏହି ପୂଜା ମହୋତ୍ସବ ପାଳନ କରାଯାଇଛି । ଗ୍ରାମର ପ୍ରତି ଘରେ ଘରେ ପୂର୍ଣ୍ଣକୁମ୍ଭ , ଦୀପ ପ୍ରଜ୍ଜ୍ବଳନ ଓ ଘରର ବାହାର କୁ ମୁରୁଜ ଝୋଟି ଚିତାରେ ଫୁଲରେ ସୁସଜ୍ଜିତ କରାଯାଇଥିଲା । ଗ୍ରାମରୁ ନିମନ୍ତ୍ରଣ ପାଇ ଆଖପାଖ ଅଞ୍ଚଳରୁ ପ୍ରାୟ ୧୭ ଗୋଟି ସଂକୀର୍ତନ ମଣ୍ଡଳୀ ଏହି ପୂଜାରେ ଯୋଗ ଦେଇଥିଲେ । ହରି ନାମ ଶ୍ରୀକୃଷ୍ଣ ଭଗବାନଙ୍କର ଭଜନ ଜଣାଣ ପରିବେଷଣ କରିବା ସହିତ ଦିନ ସାରା ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା l ଏହି ସଂକୀର୍ତନ ଦେଖିବାକୁ ଗ୍ରାମରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଶେଷରେ ସଂକୀର୍ତନ ମଣ୍ଡଳୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱରା ପୁରସ୍କୃତ କରାଯାଇଥିଲା ।
ବାଣପୁର ନରେନ୍ଦ୍ରପୁର ଗ୍ରାମରେ ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ !!!

