ପାରଳାଖେମୁଣ୍ଡି ରେ ପବିତ୍ର ଅଁଳା ନବମୀ ଓ ରାଧାରାଣୀଙ୍କ ପାଦ ଦର୍ଶନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ମନ୍ଦିରର ଅଁଳା ଗଛ ମୂଳରେ ଅଁଳା ନବମୀ ପାଳିତ। କାର୍ତ୍ତିକ ମାସ ଏକ ପବିତ୍ର ଓ ପୁଣ୍ୟର ମାସ।କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳିତ ହେଉଛି। ଏହି ଦିନ ମହିଳାମାନେ ସକାଳୁ ନଡ଼ିଆ, କଦଳୀ, ଗଜା ମୁଗ,ମଣ୍ଡା ପିଠା, ଅଁଳା ଫୁଲ ଫଳ ସହ ସିନ୍ଦୂର,ଲାଲ କପଡ଼ା, ଚୁଡି ପ୍ରଭୃତି ପୂଜା ଦ୍ରବ୍ଯ ଧରି ଅଁଳା ଗଛ ମୂଳରେ ପୂଜା କରିଛନ୍ତି।ଏହି ଦିନ ଅଁଳା ଗଛ ମୂଳରେ ନିଜର ମନସ୍କାମନା ରଖି ସ୍ଵଭାଗ୍ୟବତୀର ଆଶୀର୍ବାଦ ନେଇ ମହିଳାମାନେ ଲାଲ କପଡ଼ାରେ ଗୁଆ ଅଁଳା ଚୁଡ଼ି ରଖି ଅଁଳା ଗଛରେ କପଡା ବାନ୍ଧି ଥାନ୍ତି।ଏହି ପୂଜା କଲେ ସ୍ୱଭାଗ୍ୟବତୀର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି।ଅଁଳା ଗଛ ପୂଜା ପରେ ମାଆ ରାଧାରାଣୀଙ୍କ ପାଦ ଦର୍ଶନ କରିଛନ୍ତି।ମାଆ ରାଧାରାଣୀ ଓଡ଼ିଆଣି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଏହାର ଆଉ ଗୋଟିଏ ମାହାତ୍ମ୍ୟ ରହିଛି ଯେ ପ୍ରଭୁ ଜଗନ୍ନାଥ ଆଜି ଅଁଳାର ମାଳ ଧାରଣ କରିଥାନ୍ତି।

Leave a Reply

Your email address will not be published. Required fields are marked *