ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ମୁଖ୍ୟ କାର୍ଯ୍ୟାଳୟ ରେ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ! କପିଲମୁନି ଆଶ୍ରମ ତରଫରୁ ସ୍ବର୍ଗତ ନିରଞ୍ଜନ ବିଦ୍ରୋହୀଙ୍କ ଶୋକସଭା ଏବଂ ଗନ୍ଧମାର୍ଦ୍ଦନ ରେ ଖଣି ପାଇଁ ଷଡ଼ଯନ୍ତ୍ର କରୁଥିବାରୁ ବିରାଟ ଆନ୍ଦୋଳନ ପାଇଁ ଗାଁ ଗାଁ ରେ ସଂଗଠନ ମଜବୁତ ପାଇଁ ବୈଠକ ଆୟୋଜିତ ହୋଇଯାଇଛି ! ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପ୍ରଥମ ଆବାହକ ତଥା ୧୯୮୨ ମସିହା ବଲକୋ ହଟାଓ ଆନ୍ଦୋଳନର ପୁରୋଧା ସଂଗ୍ରାମୀ ଏବଂ ଭବାନୀପାଟଣା ର ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ପ୍ରଧାନ ବିଦ୍ରୋହୀ ଙ୍କ ବିୟୋଗରେ ମୁଖ୍ୟ କାର୍ଯ୍ୟାଳୟ କପିଳମୁନି ଆଶ୍ରମ ଠାରେ ଏକ ଶୋକସଭା ରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି !
ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ମୁଖ୍ୟ କାର୍ଯ୍ୟାଳୟ ରେ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ !!!

