ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ୨୦୨୪ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ମହାଆଡମ୍ବର ରେ ପାଳିତ ହୋଇଯାଇଛି l ଆମର ସେହି ଐତିହ୍ୟ ରୁ ସମୃଦ୍ଧୀଶାଳି ସାଂସ୍କୃତିକ ଚେତନାକୁ ପ୍ରତି ଓଡିଆଙ୍କ ହୃଦୟରେ ଉଦ୍ଜୀବିତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ବାଲୁଗାଁ ଏନ. ଏ. ସି ,ଜିଲ୍ଲା ପ୍ରଶାସନ ଓ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ଆନୁକୂଲ୍ୟରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ବୋଇତ ବନ୍ଦାଣ ମହୋତ୍ସବ ୨୦୨୪ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ସମ୍ବିତ ପାତ୍ର,ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନା,ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ଏସ. ପି. ସାଗରୀକା ନାଥ, ଖୋର୍ଦ୍ଧା ଜିଲ୍ଲା ପାଳ ଚଞ୍ଚଳ ରଣା,ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନ.ଏ.ସି. ସୁକାନ୍ତି ପାଇକରାୟ ,ଚିଲିକା ବ୍ଲକ ଚେୟାରମ୍ୟାନ ଜ୍ୟୋସ୍ନା ରାଣୀ ବେହେରା, ବାଣପୁର ବ୍ଲକ ଚେୟାରମ୍ୟାନ ଅମରେନ୍ଦ୍ର ରଣସିଂ,ପ୍ରମୁଖ ଯୋଗଦେଇଥିଲେ l ଚିଲିକାର ଅତୀତର ଗୌରବମୟ ଇତିହାସକୁ ସାରା ବିଶ୍ଵରେ ପରିଚିତ କରାଇବା ଉଦେଶ୍ୟରେ ପରମ୍ପରାକୁ ବଜାୟ ରଖିବା ନେଇ ଚେଷ୍ଟିତ ଥିବା ମତ ପୋଷଣ କରିଥିଲେ ମଞ୍ଚାସିନ ଅତିଥି ମାନେ । ସଭା କାର୍ଯ୍ୟ ଶେଷ ପରେ ରାଜ୍ୟ ସ୍ତରୀୟ କଳାକାରମାନଙ୍କ ଦ୍ଵାରା ବିଭିନ୍ନ ଚିତାକର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ଆଜି ପ୍ରଭାତ ସମୟରେ ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ଭାଇ ଭଉଣୀ ମାନଙ୍କ ସହଯୋଗରେ ପାରମ୍ପରୀକ ବୋଇତ ବନ୍ଦାଣ ଅନୁଷ୍ଠିତ ହୋଇଥିଲା । ସାଧବ ପୁଅଙ୍କୁ ଏକ ସୁସଜିତ ବୋଇତରେ ବସାଇ ବନ୍ଦାପନା କରାଯାଇଥିଲା । ଏହାପରେ ବୋଇତ ଚିଲିକାରେ ପରିଭ୍ରମଣ କରିଥିଲା । ଅନ୍ୟ ପଟେ କାଳିଜାଇ ମୋଟର ବୋଟ ଆସୋସିଏସନ ଦ୍ଵାରା ଆତସବାଜି ପ୍ରଦର୍ଶନ କରାଯାଇଥିଲା । କର୍ଯ୍ୟକ୍ରମ କୁ ସଫଳ କରବା ପାଇଁ ବିଭିନ୍ନ ସଂଗଠନ ,ପୋଲିସ ପ୍ରଶାସନ, ଅଗ୍ନିଶ୍ରମ ବିଭାଗ,ଓ ସ୍ଥାନୀୟ ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *