ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ମହାବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଥିବା ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଗୋଦାବରୀଶ ମହାବିଦ୍ୟାଳୟ ପରିସର ମଧ୍ୟରେ ଉଦଯାପିତ ହୋଇଯାଇଛି । ଜିଲ୍ଲାର ୧୫ଟି ମହାବିଦ୍ୟାଳୟର ୮୬ ଜଣ ସ୍ବେଛାସେବୀ ଓ ୧୫ ଜଣ ଉପଦେଷ୍ଟାଙ୍କୁ ନେଇ ଆୟୋଜିତ ଏହି ଶିବିରକୁ ସ୍ଥାନୀୟ ତାହସିଦାର ଶ୍ରୀ ପଦ୍ମନାଭ ଦୋରା ଉଦଘାଟନ କରିଥିବାବେଳେ ଉଦଯାପନୀ ଉତ୍ସବରେ ଚିଲିକା ୱାଇଲ୍ଡ ଲାଇଫ ଡି ଏଫ ଓ ଶ୍ରୀଯୁକ୍ତ ଅମ୍ଳାନ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜର ପ୍ରଶିକ୍ଷଣ ଅନୁଭୂତି ସହିତ ପରିବେଶ ଓ ବନ୍ୟା ପ୍ରାଣୀମାନଙ୍କ ସୁରକ୍ଷା ଦିଗରେ ସମସ୍ତଙ୍କୁ ସଚେତନ କରାଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତାଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଉତ୍ସବରେ ଖୋର୍ଦ୍ଧା ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଶ୍ରୀ ଗଦାଧର ସାହୁ ଜିଲ୍ଲା ସଂଯୋଜକ ଶ୍ରୀ ରଞ୍ଜନ କୁମାର ମହାପାତ୍ର, ମହାବିଦ୍ୟାଳୟର ଉପଦେଷ୍ଟା ଶ୍ରୀ ସତ୍ୟାନନ୍ଦ ମହାରଣା ଓ କୁମାରୀ ଅନୀତା ସାହୁ, ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଭୂମିକା ତୁଲାଇ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।ରେଡକ୍ରସ ର ଉତ୍ପତ୍ତି ଓ ବିକାଶ,ରାସ୍ତା ନିରାପତ୍ତା,ରକ୍ତଦାନ ,ପ୍ରାଥମିକ ଚିକିତ୍ସା , ସ୍ବେଛାସେବୀ ମାନଙ୍କ ଭୂମିକା ,ସାଇବର ସିକୁରିଟୀ,ଜଳବାୟୁ ପରିବର୍ତ୍ତନ ଆଦି ବିଷୟ ଗୁଡ଼ିକ ଶିକ୍ଷା ଦିଆଯାଇଥିଲା।ପ୍ରଶିକ୍ଷକ ଭାବରେ,ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ସୁଦେଶ କୁମାର ସେଠୀ ,ଅଧ୍ୟାପକ ପ୍ରବୀଣ କୁମାର ସାହୁ,ଅଧ୍ୟାପିକା ଇତିଶ୍ରୀ ସୁନ୍ଦରାୟ ,ଥାନା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ଦେବତା ଆଦି ଯୋଗଦେଇଥିବା ବେଳେ ଅଧ୍ୟାପକ ପ୍ରାଣେଶ୍ୱର ଜୟତ୍ସିଂ,ମନସ୍ଵିନୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟାନ୍ୟ ମହାବିଦ୍ୟାଳୟର ଉପଦେଷ୍ଟା ଶ୍ରୀ ବିଦ୍ୟାଧର ବିଶ୍ଵାଳ,ଅଭିଷେକ ପଣ୍ଡା,ସୋନାଲି ରଣସିଂ,ରବିଶଙ୍କର ହୋତା,ଅବକାଶ ସାହୁ,ଧୋବୀ ଚରଣ ପରିଡ଼ା,ସୌମ୍ୟ ରଂଜନ ମିଶ୍ର,ପୁଷ୍ପାଞ୍ଜଳି ମହାରଣା,ରଶ୍ମିତା ଦାସ,ବିଜୟ କୁମାର ଶତପଥୀ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ।ପ୍ରତିଦିନ ସନ୍ଧ୍ୟାରେ ସ୍ଵେଚ୍ଛାସେବୀ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ।ଉଦଯାପନୀ ଉତ୍ସବରେ ତର୍କ,ପ୍ରବନ୍ଧ,କୁଇଜରେ ପ୍ରଥମ ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କର ଯାଇଥିଲା। ଶ୍ରୀ ପ୍ରାଣେଶ୍ୱର୍ ଜୟସିଂହ ଓ ଶ୍ରୀମତୀ ମନସ୍ଵିନୀ ପଟ୍ଟନାୟକ ଶ୍ରେଷ୍ଠ ଉପଦେଷ୍ଟା ଭାବରେ ପୁରସ୍କୃତ ହୋଇଥିଲେ
ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ତାଲିମ ଶିବିର ଉଦଯାପିତ !!!

