ଦୀର୍ଘ ଦିନ ହେବ ଅବହେଳାରେ ରହିଛି ପାରଳା ମୁଖ୍ୟ ବଜାର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୋୖର ପରିଷଦ ହେଉଛି ଓଡ଼ିଶାର ଦ୍ୱିତୀୟ ପୁରାତନ ପୋୖର ପରିଷଦ । କିନ୍ତୁ ଅବହେଳାରେ ରହିଛି ମୁଖ୍ୟ ବଜାର , ଯାହାକି ସହରର ସର୍ବ ପୁରାତନ ବଜାର । ମୁଖ୍ୟ ବଜାର ସମ୍ମୁଖରେ ପୂର୍ବରୁ ଏକ ଫାଟକ ଥିଲା , ବର୍ତ୍ତମାନ ତାହା ନଥିବାରୁ ବଜାର ଭିତରକୁ ଅବାଧରେ ଗୋରୁ ଗାଈ ଘୁଷୁରୀ ବୁଲା ଷଣ୍ଢ କୁକୁର ପ୍ରଭୃତି ଯିବା ଆସିବା କରୁଛନ୍ତି । ଯାହା ଫଳରେ ପରିବେଶ ଅପରିଷ୍କାର ରହୁଛି । ବୁଲା ଗାଈ ଗୋରୁ ଷଣ୍ଢ ଯୋଗୁଁ ଖାଉଟି ଭୟଭୀତ ହେଉଛନ୍ତି ! ତେଣୁ ବଜାରକୁ ଯିବା ସମ୍ମୁଖରେ ଫାଟକ ରହିଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

 

Leave a Reply

Your email address will not be published. Required fields are marked *