କଟକ ସଦର କନ୍ଦରପୁର ଓଭରବ୍ରିଜ ନେଇ କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କୁ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଅନୁରୋଧ ପତ୍ର

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକ ଉପକଣ୍ଠ କନ୍ଦରପୁର ରେଳବାଇ ଫାଟକ ପରିବର୍ତ୍ତେ ଓଭରବ୍ରିଜ ଯାହାକି କଟକ ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ବହୁତ ଦିନ ହେବ ହୋଇ ନପାରି ପଡି ରହିଛି . ଦୈନନ୍ଦିନ ମାଲବାହୀ ଓ ଯାତ୍ରୀବାହୀ ରେଳ ପାରାଦ୍ୱୀପ ଠାରୁ କଟକ ଅଭିମୁଖେ ଯାତାୟାତ କରୁଥିବାରୁ ଜନସାଧାରଣଙ୍କ ଗମନାଗମନ ବିଶେଷକରି ଆମ୍ବୁଲାନ୍ସ ସେଵା ଆଦି ବହୁ କାର୍ଯ୍ୟ ସମ୍ପାଦନରେ ନାନାଦି ସମସ୍ୟା ସୃଷ୍ଟି ହେଉଛି ଏନେଇ କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଚିଠି ମାଧ୍ୟମରେ ମାନ୍ୟବର କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି . ଏତଦ୍ୱାରା କଟକ ଜଗତସିଂହପୁର ଏବଂ ଅନ୍ୟାନ୍ୟ ଜିଲ୍ଲା ଜନସାଧାରଣ ଉପକୃତ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *