ଆରମ୍ଭ ହେଲା ଚିନ୍ମୟ ଫାଉଣ୍ଡେସନର ଗୁରୁବାର ସେର ଝୋଟି ପ୍ରତିଯୋଗିତା : ପ୍ରଥମ ପାଳିରେ ୨୨୫୬ ପ୍ରତିଯୋଗୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଉତ୍କଳୀୟ କଳା ଓ ସଂସ୍କୃତିକୁ ସମଗ୍ର ବିଶ୍ଵରେ ପରିଚିତ କରିବା ତଥା ସାଂସ୍କୃତିକ ସମ୍ପର୍କ ଯୋଡିବା ଉଦ୍ଦେଶ୍ୟରେ ଆଜକୁ ଦୀର୍ଘ ଦିନ ଧରି କାମ କରିଆସୁଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମ “ଆନ୍ତର୍ଜାତିକ ଗ୍ରାମୀଣ ପ୍ରତିଭା ଅନ୍ଵେଷଣ ଅଭିଯାନ” ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ଅନଲାଇନ୍ ଗୁରୁବାର ସେର ଝୋଟି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ପାଞ୍ଚ ପାଳି ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିବ। ପ୍ରତ୍ୟେକ ଗୃହିଣୀ ଓ ମହିଳା ମାନେ ସେମାନେ ଗୁରୁବାର ସେର ଝୋଟି ଆଙ୍କୁଥିବା ସମୟର ଭିଡ଼ିଓ ଲ୍ୟାଣ୍ଡସ୍କେପ୍ ମୋଡରେ ତଥା ଝୋଟି ସହ ଝୋଟିକାରଙ୍କ ଫୋଟୋ ଫାଉଣ୍ଡେସନର ହିଟ୍ସାପ ସଂଖ୍ୟାରେ ପଠାଇ ପାରିବେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଗୁରୁବାର ସେର ଝୋଟି ପ୍ରତିଯୋଗିତାର ପ୍ରଥମ ପାଳିରେ ୨୨୫୬ କଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି। ଆଗାମୀ ଦିନରେ ହେବାକୁ ଥିବା ଆନ୍ତର୍ଜାତିକ ଅନଲାଇନ୍ ସଙ୍ଗୀତ ପ୍ରତିଯୋଗିତା, ନୃତ୍ୟ ପ୍ରତିଯୋଗିତା ,ଅଭିନୟ ପ୍ରତିଯୋଗିତା, ଚିତ୍ରକଳା ପ୍ରତିଯୋଗିତା ଓ ମେହେନ୍ଦି ପ୍ରତିଯୋଗିତାରେ ଯେଉଁ ମହିଳା ପ୍ରତିଯୋଗୀ ମାନେ ଭାଗ ନେବାପାଇଁ ଚାହୁଁଛନ୍ତି ସେମାନେ ସେମାନଙ୍କ ପ୍ରତିଭାକୃତିର ଫୋଟୋ ଓ ଭିଡ଼ିଓ ଅନୁଷ୍ଠାନର ହ୍ୱାତ୍ସପ୍ ସଂଖ୍ୟା ୮୩୨୮୮୭୬୦୩୮ରେ ପଠାଇ ପାରିବେ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବିଭିନ୍ନ ପ୍ରତିଯୋଗିତାରେ ପ୍ରତିଯୋଗୀ ମାନଙ୍କ ସଂଖ୍ୟା ମାତ୍ରାଧିକ ବଢିବାରେ ଲାଗିଛି ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *