ଫିନୋଲେକ୍ସ ଓ ମୁକୁଲ ମାଧବ ଫାଉଣ୍ଡେସନ ପକ୍ଷରୁ ପଟ୍ଟାମୁଣ୍ଡାଇ ଶିଳ୍ପ ତାଲିମ କେନ୍ଦ୍ରରେ ନିଯୁକ୍ତି ଭିତ୍ତିକ କାର୍ଯ୍ୟକ୍ରମ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଶିଳ୍ପ ତାଲିମ ଅନୁଷ୍ଠାନରେ ଫିନୋଲେକ୍ସ ଓ ମୁକୁଲ ମାଧବ ଫାଉଣ୍ଡେସନ ପକ୍ଷରୁ ଆଇଟିଆଇ ପ୍ଲମ୍ବିଙ୍ଗ ଟ୍ରେଡ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରାଯାଇଛି । ଫିନୋଲେକ୍ସ ମାଧ୍ୟମରେ ଆକ୍ସନ ହେଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି ଓଡ଼ିଶା ସରକାରଙ୍କ ଜୀବିକା ମିଶନର ପଟ୍ଟାମୁଣ୍ଡାଇ ବ୍ଲକର ପ୍ରୋଜେକ୍ଟ ମ୍ୟାନେଜର ପ୍ରକାଶ ସେଠୀ କହିଛନ୍ତି ।ଚଣ୍ଡିଖୋଲ ସାନିଟାରୀର ଜନହିତକାରୀ କାର୍ଯ୍ୟକ୍ରମ ଗୁଡିକୁ ଆଗକୁ ନେବାକୁ ଫିନୋଲେକ୍ସର ଭୂମିକା ଅପରିହାର୍ଯ୍ୟ ରହିଛି ବୋଲି ସେ କହିଥିଲେ ।ଗରିବ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ଲାଭ କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟ କରୁଅଛି। ଫିନୋଲେକ୍ସ ମାଧ୍ୟମରେ ପ୍ଲମ୍ବର୍ ଓ ଫିଟର ଟ୍ରେଡର ଛାତ୍ରଛାତ୍ରୀ ମାନେ ରାଜ୍ୟ ତଥା ରାଜ୍ୟ ବାହାରେ ନିଯୁକ୍ତି ପାଇପାରୁଛନ୍ତି।ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଓଡ଼ିଶାର ଛାତ୍ର ଛାତ୍ରୀ ମାନେ ଏହାଦ୍ବାରା ଲାଭାନ୍ୱିତ ହୋଇଥାନ୍ତି । ଛାତ୍ର ଛାତ୍ରୀ ମାନଙ୍କ ଟେକ୍ନିକାଲ, ସେଲିଂଗ,କମ୍ୟୁନିକେସନ ସ୍କିଲର ବିକାଶ ଦିଗରେ ଫିନୋଲେକ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ।ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ଏହା ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଭାବେ ସେବା ପ୍ରଦାନ କରିଆସୁଅଛି ।ଲୋକ ମାନଙ୍କ ଭରସା ଓ ବିଶ୍ୱାସ ଭାବେ ଏହା ଉଭା ହୋଇଛି ବୋଲି ଫିନୋଲେକ୍ସ କମ୍ପାନୀର ମାର୍କେଟିଂ ଉପ ସଭାପତି ସୁମିତ ଭାଟିଆ ସୋମବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଲେ କହିଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ଶତାଧିକ ପ୍ଲମ୍ବିଂ ଓ ଫିଟର ଟ୍ରେଡର ଛାତ୍ରଛାତ୍ରୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିବା ସହ ଶିକ୍ଷାଲାଭ ଓ ସାର୍ଟିଫିକେଟ ହାସଲ କରି ନିଯୁକ୍ତି ପାଇଁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ଫିନୋଲେକ୍ସର ମାର୍କେଟିଙ୍ଗ ଓ କମ୍ୟୁନିକେସନର ଉପସଭାପତି ସୁମିତ ଭାଟିଆ,ପଟ୍ଟାମୁଣ୍ଡାଇ ସରକାରୀ ଆଇଟିଆଇ କେନ୍ଦ୍ରର ପ୍ରିନ୍ସିପାଲ୍ ଲକ୍ଷ୍ମୀକାନ୍ତ ବିଶ୍ଵାଳ , ଆୟାନ୍ସ୍ ଟ୍ରେଡିଙ୍ଗର ଆଶିଷ ରାଉତ,ଚଣ୍ଡିଖୋଲ ସାନିଟାରୀ ଓ ହାର୍ଡ ଓୟାରର ଡିଲର ପ୍ରଭଞ୍ଜନ ଜେନାଙ୍କ ସହ ପଟ୍ଟାମୁଣ୍ଡାଇ ଶିଳ୍ପ ତାଲିମ କେନ୍ଦ୍ରର ସମସ୍ତ ସହଯୋଗୀ ଶିକ୍ଷକଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *