ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ସମ୍ବିଧାନ ଦିବସର ଉଦଯାପନ ସମାରୋହ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସପ୍ତାହବ୍ୟାପୀ ମହାବିଦ୍ୟାଳୟରେ ବିଭିନ୍ନ ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏଥିସହ ଗତକାଲି ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଏକ ବକ୍ତୃତାମାଳl କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଶିଷ୍ଟ ଅଧିବକ୍ତା ବିପ୍ଳବ କୁମାର ମୁଦୁଲି, ବାଣପୁର ଗ୍ରାମୀଣ ମହାବିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ମହାପାତ୍ର ଓ ନାଚୁଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ଶତପଥୀ ‘ଏକ ଭାରତ ଶ୍ରେଷ୍ଠ ଭାରାତ”, “ସବକା ସାଥ ସବକା ବିକାଶ”, ଓ “ଆତ୍ମ ନିର୍ଭର ଭାରତ “”ଶୀର୍ଷକ ଆଲୋଚନାରେ ବକ୍ତବ୍ୟ ରଖିଥିଲେ l ଆଜିର ଉଦଯାପନୀ ସମାରୋହରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ସମବେତ ହୋଇ ସମ୍ବିଧାନର ପ୍ରସ୍ତାବନା ପାଠ କରି ଏହା ପ୍ରତି ନିଜ ନିଜର ସମ୍ମାନ ପ୍ରଦର୍ଶନ କରିଥିଲେ l ଏହାପରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ନୃସିଂହ ଚରଣ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ମୁଖ୍ୟ ଅତିଥି ଡକ୍ଟର ପ୍ରଧାନଙ୍କ ସମେତ ସମ୍ମାନିତ ଅତିଥି ଅଧ୍ୟାପିକା ସୁନିତା ନନ୍ଦ, ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଛାତ୍ରୀ ଦୀପ୍ତି ସାହୁ ସମ୍ବିଧାନର ପ୍ରସ୍ତାବନା ଓ ଏଥିରେ ନିହିତ ସମ୍ବିଧାନର ବିଭିନ୍ନ ଧାରା, ନାଗରିକ ମାନଙ୍କ ଅଧିକାର, ଦାୟିତ୍ୱ ତଥା ମୂଲ୍ୟବୋଧ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏଥି ସହିତ ଅତିଥି ମାନେ ସମ୍ବିଧାନ ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ l ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମାରୋହରେ ଅତିଥି ମାନେ କହିଲେ ଯେ ସମ୍ବିଧାନ ହେଉଛି ଆମର ମୁଖବନ୍ଧ ଓ ଆମ ଆଚାର ସଂହିତା l ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ତଥା ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ଆମ ସମ୍ବିଧାନର ସ୍ୱତନ୍ତ୍ର ଗରିମା ରହିଛି l ଏହା ଅନେକ ଗରିମାମୟ ବିଧାନର ସମାହାର l ଏହାର ମର୍ଯ୍ୟାଦା ଓ ମୂଲ୍ୟବୋଧକୁ ସଂରକ୍ଷଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ l ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମର ନୋଡାଲ ଅଫିସର ଡକ୍ଟର ପୁର୍ଣଚନ୍ଦ୍ର ସାମନ୍ତରାୟ ଓ ଆବାହକ ରୀନା ରାଉତ ଏହାକୁ ପରିଚାଳନା କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଝରଣା ନାଥ l କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ଅଧ୍ୟାପିକା ତପସ୍ୱିନୀ ନନ୍ଦ, ସୁନିତା ନନ୍ଦ, କୀର୍ତ୍ତିମୟୀ ବାରିକ, ବିଷ୍ନୁପ୍ରିୟା ସ୍ୱାଇଁ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ l