ଯୁବ ଖେଳାଳୀ ଙ୍କୁ ପ୍ଲାଟଫର୍ମ ଯୋଗାଇବ YPL ସିଜିନ ୱାନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଆସନ୍ତା ଡିସେମ୍ବର 20 ରୁ ଭୁବନେଶ୍ୱର ରେ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ YPL ସିଜିନ ୱାନ ! କ୍ରିକେଟ ଏକାଡେମି ଅଫ ପଠାନ୍ସ ଆନୁକୂଲ୍ୟରେ 19 ବର୍ଷ , 16 ବର୍ଷ ଏବଂ 14 ବର୍ଷ ରୁ କମ ବର୍ଗର ଖେଳାଳିଙ୍କୁ ନେଇ IPL ଢାଞ୍ଚାରେ ଏହି ଖେଳ ଅନୁଷ୍ଠିତ ହେବ | ଭୁବନେଶ୍ୱର CAP ମୁଖ୍ୟ ଙ୍କ ସୂଚନା ଅନୁସାରେ ଏଥିରେ ରାଜ୍ୟର ବଛା ବଛା ଖେଳାଳିଙ୍କୁ ନେଇ ୮ ଟି ଦଳ ଭାଗ ନେବେ | ଗତକାଲି ଫ୍ରାଞ୍ଚାଇଜ ମାନଙ୍କୁ ନେଇ ଖେଳାଳୀ ଅକ୍ସନ କରାଯାଇଛି | ଗୋଟିଏ ଦଳରେ ସର୍ବାଧିକ 21 ଜଣ ଖେଳାଳୀ ରହିଥିବା ବେଳେ 11 ଜଣିଆ ଦଳ ପ୍ଳେୟିଙ୍ଗ ଇଲେଭେନ ରେ ଜଣେ ଷ୍ଟେଟ ପ୍ଲେୟାର , 4 ଜଣ 16 ବର୍ଷରୁ କମ ଏବଂ ୨ ଜଣ 14 ବର୍ଷରୁ କମ ବର୍ଗର ଖେଳାଳୀ ରହିଛନ୍ତି | ଆଗକୁ ଏହି YPL ଖେଳାଳିଙ୍କୁ ଉଚ୍ଚ ସ୍ତରରେ ଖେଳିବାକୁ ଏକ ପ୍ଲାଟଫର୍ମ ଯୋଗାଇଦେବ ବୋଲି CAP ପକ୍ଷରୁ କୁହାଯାଇଛି |

Leave a Reply

Your email address will not be published. Required fields are marked *