ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆନ୍ତଃ ବିଦ୍ୟାଳୟ ସ୍ତରୀୟ ଖୋ-ଖୋ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସଭାରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିବା ବେଳେ ଉଦଯାପନୀ ସଭା ରେ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଜୋନ୍ – ବି ର ଉକ୍ତ ପ୍ରତିଯୋଗିତାରେ ଭୁବନେଶ୍ୱର କିସ୍ ଅନୁଷ୍ଠାନ ର ଖୋ-ଖୋ ଦଳ ଚମ୍ପିୟାନ ହୋଇଥିବା ବେଳେ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଖୋ-ଖୋ ଦଳ ରନରସ୍ ଅପ୍ ଯୋଗ୍ୟତା ଅର୍ଜନ କରିଥିଲା । ପ୍ରତିଯୋଗିତା କୁ ପରିଚାଳନା କରୁଥିଲେ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ, କମ୍ପ୍ୟୁଟର ଶିକ୍ଷକ ଶିବ ଶଙ୍କର ପଣ୍ଡା, ମନସ୍ତତ୍ତ୍ୱ ସହାୟକ ରବିନ୍ଦ୍ର କୁମାର ମାର୍ଥା ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ । ବରିଷ୍ଠ ଇଂରାଜୀ ଅଧ୍ୟାପକ ପ୍ରଶାନ୍ତ କୁମାର ଦାସ, କ୍ରୀଡା ବିଭାଗ ଉପ-ସଭାନେତ୍ରୀ କଲ୍ୟାଣୀ ବୈରୀ ଗଞ୍ଜନ ମଞ୍ଚାସୀନ ଥିଲେ । ବିଦ୍ୟାଳୟ ର ଅଧ୍ୟାପକ ମନୋଜ ମହାପାତ୍ର, ଅଧ୍ୟାପିକା ପ୍ରମୋଦିନୀ ସାମନ୍ତରାୟ, ସୁଚିତ୍ରା ଦାସ, ରୋଜାଲିନ୍ ଦାସ, କସ୍ତୁରୀ ପଟ୍ଟନାୟକ, ଗ୍ରନ୍ଥାଗାରିକ ଅକୃର ପ୍ରଧାନ ଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।।

Leave a Reply

Your email address will not be published. Required fields are marked *