ବାଲୁଗାଁ କଲେଜରେ ବିକଶିତ ଭାରତ ଶୀର୍ଷକ ଜାତୀୟ ଆଲୋଚନାଚକ୍ର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଆଜି “ବିକଶିତ ଭାରତ ୨୦୪୭: ସ୍ବପ୍ନ ନା ବାସ୍ତବତା” ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ସମ୍ପାନରେ ନିମନ୍ତ୍ରିତ ଅତିଥିମାନେ ଯୋଗଦେଇ ବିକଶିତ ଭାରତ ଗଠନରେ ଯୁବବର୍ଗଙ୍କ ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ l ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି ଜାତୀୟ ସମ୍ପାନକୁ ଉଦଘାଟନ କରିଥିଲେ l ଛାତ୍ର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ ଅଧ୍ୟାପିକା ସୁନିତା ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ l

ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଅନୁଷ୍ଠାନି କ ସ୍ୱାଗତ ଅଭିଭାଷଣ କରିବା ସହ ବିକଶିତ ଭାରତର ବାସ୍ତବ ଚିତ୍ର କିପରି ହେବ ତାହା ଆଲୋଚନା କରିଥିଲେ l ଏହାପରେ ବିଭାଗୀୟ ମୁଖ୍ୟ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ଜାତୀୟ ସମ୍ପାନର ପ୍ରସଙ୍ଗ ଉପସ୍ଥାପନ କରିଥିଲେ l ସମ୍ପାନର ମୁଖ୍ୟ ଆଲୋଚକ ତଥା ଦିଲ୍ଲୀସ୍ଥିତ ମୋତିଲାଲ ନେହେରୁ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ମୁଖ୍ୟ ପ୍ରଫେସର ରାଧାନାଥ ତ୍ରିପାଠୀ ନିଜ ଅନୁଭୂତିରୁ ବିକଶିତ ରାଷ୍ଟ୍ର ଓ ଭାରତ ଭଳି ବିକାଶୋନ୍ମୁଖୀ ରାଷ୍ଟ୍ରର ସ୍ଥିତି ସମ୍ପର୍କରେ ଏକ ତୁଳନାତ୍ମକ ଆଲୋଚନା କରି ବିକଶିତ ଭାରତ ଗଠନରେ ଯୁବ ଶକ୍ତିର ଭୂମିକା ପ୍ରସଙ୍ଗରେ ଗୁରୁତ୍ୱ ଆରୋପ କରିଥିଲେ l ମୁଖ୍ୟ ବକ୍ତା ଭାବରେ ବନି କ ଆଇଏଏସ କୋଚିଙ୍ଗ ସେଣ୍ଟର ର ମୁଖ୍ୟ ପରାମର୍ଶଦାତା ଡକ୍ଟର ପ୍ରମୋଦ କୁମାର ପାଢ଼ୀ କହିଲେ ଯେ ବିକଶିତ ଭାରତ ପାଇଁ ସକଳ ସମ୍ଭାବନା ଓ ସମ୍ବଳ ରହିଛି ଓ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରତିଫଳନ ଘଟିବା ରେ ଲାଗିଛି l ଏହା ଆଦୌ ଏକ ପରିକଳ୍ପନା ନୁହେଁ ଏହା ଏକ ବାସ୍ତବତା l ସମ୍ମାନିତ ଅତିଥି ଭାବେ ଡକ୍ଟର ସାରଦା କାନ୍ତ ମିଶ୍ର ବିକଶିତ ଚିଲିକା, ବିକଶିତ ଓଡ଼ିଶା ଓ ବିକଶିତ ଭାରତର ବିବିଧ ସୋପାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ମୁଖ୍ୟ ଅତିଥି ଭାବେ ବାରଙ୍ଗ ସ୍ଥିତ କୁଞ୍ଜ ବିହାରୀ କଲେଜର ରାଜନୀତି ବିଜ୍ଞାନ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ମିଶ୍ର ଯୋଗ ଦେଇ କହିଲେ ଯେ କୌଣସି କାର୍ଯ୍ୟର ସଫଳତା ପାଇଁ ଏକ ଧାର୍ଯ୍ୟ ଲକ୍ଷ୍ୟ ରହିଲେ ସାମୂହିକ ଭାବେ କାର୍ଯ୍ୟ କରିବା ସହଜ ହୁଏ l ସୁତରାଂ ସ୍ୱାଧୀନତାର ଏକ ସହ ବର୍ଷ ପୂର୍ତ୍ତି ସହିତ ବିକଶିତ ଭାରତର ପରିକଳ୍ପନା ଆମକୁ ବାସ୍ତବତା ଆଣିବାରେ ନିଶ୍ଚୟ ହୋଇପାରିବ l ଏହି ଉଦ୍ଘାଟନୀ ସମାରୋହରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିବା ବେଳେ ସେମିନାର ସମ୍ପାଦିକା ସୁଶ୍ରୀ ଦୀପ୍ତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଗୋଦାବରୀଶ ମହାବିଦ୍ୟାଳୟର ପ୍ରାଧ୍ୟାପକ ଲଷ୍ମୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱ ରେ ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା l ଏଥିରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ମାନଙ୍କ ମଧ୍ୟରେ ଅଧ୍ୟାପକ ସନ୍ତୋଷ କୁମାର ଶତପଥୀ, ଡ଼କ୍ଟର ବିନୋଦ କର, ଅଶୋକ କୁମାର ସ୍ୱାଇଁ ଅତିଥି ଆଲୋଚକ ଭାବେ ଯୋଗ ଦେଇଥିବା ବେଳେ ସଂଗ୍ରାମ କେଶରୀ ବେହେରା, ପିଙ୍କି ନାୟକ,ଦୀପକ ବେହେରା, ଶ୍ୟାମଳୀ ନାୟକ, ଦୀପ୍ତି ସାହୁ ପ୍ରମୁଖ ନିବନ୍ଧ ଉପସ୍ଥାପନା କରିଥିଲେ l ଶେଷରେ ବିଭାଗ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉଦଯାପନୀ ପର୍ବରେ ଶ୍ୟାମଳୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ଅଧ୍ୟାପକ ହିମାଂଶୁ କୁମାର ଦାଶ l

Leave a Reply

Your email address will not be published. Required fields are marked *