ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା ଭଗବତୀ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପାଇଁ ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଅନୁରୋଧକ୍ରମେ ବାଣପୁର ୟୁକୋ ବ୍ୟାଙ୍କ ତରଫରୁ ଏକ ଇ. ହୁଣ୍ଡି (E-HUNDI) ପ୍ରତିଷ୍ଠା କରାଯାଇ ବ୍ୟାଙ୍କର ଆଞ୍ଚଳିକ ଉପ ପ୍ରବନ୍ଧକ ଶ୍ରୀଯୁକ୍ତ୍ର କେ.ପି.ସିଂଙ୍କ ଦ୍ଵାରା ଶୁଭ ଉଦଘାଟନ କରାଗଲା । ଏଣିକି ଏହାଦ୍ଵାରା ବହୁଦୂର ଦୂରାନ୍ତ ରେ ରହୁଥିବା, ଏବଂ ମନ୍ଦିର ପରିଦର୍ଶନରେ ଆସୁଥିବା ଭକ୍ତମାନେ ମଧ୍ୟ ମା’ଙ୍କ ସେବା ଓ ମନ୍ଦିରର ଉନ୍ନତି ନିମନ୍ତେ ଅର୍ଥ ଦାନ କରିବାକୁ ଚାହୁଁଥିଲେ ନିଜ ସ୍ଥାନରେ ରହି ଅର୍ଥ ରାଶି ଏହି ମାଧ୍ୟମରେ ପଠାଇ ପାରିବେ, ଯାହାକି ମା’ଙ୍କ ମନ୍ଦିର ନାମରେ ଥିବା ବ୍ୟାଙ୍କ ଜମା ଖାତାରେ ସିଧା ସିଧା ଜମା ହୋଇ ପାରିବ ବୋଲି ବାଣପୁର ଶାଖା ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀଯୁକ୍ତ ବାଉରୀବନ୍ଧୁ ବେହେରାଙ୍କ ଠାରୁ ପ୍ରକାଶ । ଏଥିପାଇଁ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲଦାର ଟି.ପଦ୍ମନାଭ ଦୋରା ,ସଭ୍ୟା ଶ୍ରୀମତୀ ଶୀତଲ ଅଗ୍ରୱାଲ , ସଭ୍ୟା ଶ୍ରୀମତୀ ସୌଦାମିନୀ ଜେନା, ସଭ୍ୟ ଶ୍ରୀଯୁକ୍ତ ରମେଶ କୁମାର ଦେବତା, ସଭ୍ୟ ଡ଼ା.ରମାକାନ୍ତ ନାୟକ କର୍ମଚାରୀ ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ୱିନୀ ମିଶ୍ର, ମନ୍ଦିରର ସମସ୍ତ ସେବାୟତ, ବ୍ୟାଙ୍କ କର୍ମଚ଼ାରୀ ସ୍ମୃତ୍ତିରଂଜନ ସେଠୀ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିବାରୁ ସ୍ଥାନୀୟ ଜନ ସାଧାରଣ ଓ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦ ଖେଳି ଯାଇଛି ।।
ମା’ ଭଗବତୀ ମନ୍ଦିରରେ ଆରମ୍ଭ ହେଲା ଇ.ହୁଣ୍ଡି !!!

