ଶିବଶକ୍ତି ମନ୍ଦିର ପୂଜକ ସଂଘ ର ରାଜ୍ୟ ସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ମା ଚର୍ଚ୍ଚିକା ଙ୍କ ପୀଠ ରେ ଆୟୋଜିତ ହୋଇଛି ରାଜ୍ୟ ସ୍ତରୀୟ ଶିବଶକ୍ତି ମନ୍ଦିର ପୂଜକ ସଂଘ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଶୈବପୂଜକ ମାନେ ଏକତ୍ରୀତ ହୋଇ ବିଭିନ୍ନ ସମସ୍ୟା ଓ ନିଜର ହକ୍ ନିମନ୍ତେ କିପରି ଆଗାମୀ ଦିନରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଲକ୍ଷ୍ୟ ହାସଲ କରିହେବ ଏବଂ ମୌଳିକ ସୁବିଧା ସବୁ ମିଳିପାରିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ବନ୍ଧୁମିଳନ ସଭା କୁ ଚର୍ଚ୍ଚିକା ମନ୍ଦିରର ସମସ୍ତ ସେବାୟତ ଆୟୋଜନ କରିଥିଲେ , ପ୍ରଥମେ ଅତିଥି ମାନେ ଏକ ଶୋଭାଯାତ୍ରାରେ ମନ୍ଦିର ପରିକ୍ରମା କରି ମା ଚର୍ଚ୍ଚିକା ଙ୍କୁ ଦର୍ଶନ କରିଥିଲେ ! ପରେ ବ୍ୟାଖନ କେନ୍ଦ୍ର ରେ ଆୟୋଜିତ ସଭା ରେ ପ୍ରଦୀପ ପ୍ରଜ୍ଜୋଳନ କରାଯାଇଥିଲା ! ଆୟୋଜକ ମାନଙ୍କ ଦ୍ୱାରା ଉତ୍ତରୀୟ ,ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ମା ଚର୍ଚ୍ଚିକା ସେବାୟତ ସ୍ୱର୍ଗତ ପ୍ରକାଶ ରଣା (ନଇଆ)ଙ୍କ ପାଇଁ ଏକ ଶୋକ ସଭା କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ! ବିରୁପାକ୍ଷ ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥି ଭାବେ ଡଃ ସୁରେନ୍ ମହାପାତ୍ର ଯୋଗ ଦେଇ ଥିବା ବେଳେ ଅନ୍ୟତମ ଅତିଥି ଭାବରେ ଚର୍ଚ୍ଚିକା ମନ୍ଦିର ଟ୍ରଷ୍ଟି କାଳନ୍ଦୀ ଚରଣ ମହାପାତ୍ର, ରାଜ୍ୟ ସଭାପତି ପୁରୀ ର ରଞ୍ଜନ କୁମାର ରଣା, ରାଜ୍ୟ ସମ୍ପାଦକ ଅନୁଗୋଳ ର ଅମିତ କୁମାର ମହାପାତ୍ର, ରାଜ୍ୟ କୋଷାଧ୍ୟକ୍ଷ ସୁରେଶ ମହାପାତ୍ର, ମୁଖପାତ୍ର ବିରୁପାକ୍ଷ ରଣା, ହରେକୃଷ୍ଣ ମହାପାତ୍ର, ପ୍ରକାଶ ରଣା, ଭାଗୀରଥି ରଣା, ରମେଶ ଚନ୍ଦ୍ର ନାୟକ, ବାଲୁଙ୍କେଶ୍ୱର ମହାପାତ୍ର, ଗୌରାଙ୍ଗ ମହାପାତ୍ର, କଟକ ଜିଲ୍ଲାର ସଭାପତି ମିତ୍ରଭାନୁ ମହାପାତ୍ର ପ୍ରଣବ ମହାପାତ୍ର, ଏବଂ ଶିବଶକ୍ତି ବିକାଶ ମଞ୍ଚ ର ରାଜ୍ୟ ସଭାପତି ଟଙ୍କଧର ରଣାଙ୍କ ସମେତ ଅନେକ ଶୈବ ପୂଜକ ଉପସ୍ଥିତ ଥିଲେ । ଆୟୋଜକ ଙ୍କ ମଧ୍ୟରେ ପ୍ରଣବ ମହାପାତ୍ର, ନୀଳମଣି ମହାପାତ୍ର, ପ୍ରତାପ ଚନ୍ଦ୍ର ମହାପାତ୍ର, ଇନ୍ଦ୍ରମଣୀ ରଣା, ଦିଲ୍ଲୀପ ମହାପାତ୍ର, ସୁଧୀର ରଣା, ଅଶୋକ କୁମାର ରଣା, ଦୀପକ ମହାପାତ୍ର, ଲଳିତ କୁମାର ମହାପାତ୍ର, ଦୀନବନ୍ଧୁ ରଣା, କୁନା ରଣା, ଅମରନାଥ ରଣା, ଅନନ୍ତ ରଣା ,ବାବୁ କୁମାର ରଣା, ବିଦ୍ୟାଧର ରଣା, ପ୍ରକାଶ କୁମାର ମହାପାତ୍ର, କେଳୁଚରଣ ରଣା ପ୍ରମୁଖ ଉପସ୍ଥିତ ଥିଲେ। ଜୟ ଶିବ ଶମ୍ଭୁ ନାରାରେ କମ୍ପି ଉଠିଥିଲା ମା ଚର୍ଚ୍ଚିକା ପିଠ । ଆଗକୁ ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲାରେ ଆୟୋଜନ କରାଯିବାକୁ ଲକ୍ଷ ରଖା ଯାଇଥିବା ବେଳେ ଏଥିରେ ସମସ୍ତ ଶୈବ ପୁଜକ ମାନେ ଯୋଡି ହେବା ପାଇଁ ଆହ୍ୱାନ ଦେଇଥିଲେ ରାଜ୍ୟ ସଭାପତି ରଞ୍ଜନ କୁମାର ରଣା ।

 

Leave a Reply

Your email address will not be published. Required fields are marked *