ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସରକାରଙ୍କ ନିୟମକୁ ମାନିବାକୁ ଦୋକାନ ମାଲିକମାନେ ଆଉ ନାହାନ୍ତି ପ୍ରସ୍ତୁତ । ସରକାର ଲୋକ ମାନଙ୍କ ପାଇଁ ତଥା ଦେଶର ହିତ ପାଇଁ ଯେତେ ପ୍ରଚେଷ୍ଟା କଲେ ମଧ୍ୟ ଲୋକମାନେ ଏହାକୁ ମାନିବାକୁ ସତେ ଯେପରି ନାପସନ୍ଦ କରୁଛନ୍ତି । କରୋନା ସଂକ୍ରମଣ ଢେଙ୍କାନାଳରେ ଦିନକୁ ଦିନ ନିଜ ଆଧିପତ୍ୟ ବିସ୍ତାର କରୁଥିବା ବେଳେ ଲୋକମାନେ ଏଥିପ୍ରତି ଟିକେ ହେଲେ ବି ଖାତିର କରୁନାହାନ୍ତି । କିଛି ମନ୍ଦ ସ୍ୱଭାବର ଦୋକାନୀ ନିଜ ସ୍ୱାର୍ଥ ତଥା ପଇସା ଲାଳସା ଦୃଷ୍ଟିରୁ ଲୋକଙ୍କ ଜୀବନକୁ ବିପଦକୁ ଠେଲି ଦେବାକୁ ମଧ୍ୟ ପଛାଉ ନାହାନ୍ତି ।
ଢେଙ୍କାନାଳରେ ଏବେ ପ୍ରତିଦିନ ପାଖାପାଖି 500 ପଜିଟିଭ ଚିହ୍ନଟ ହେଉଥିବା ସ୍ଥଳେ କିଛି ଦୋକାନୀ ପଇସା ଲୋଭରେ ଗ୍ରାହକ ମାନଙ୍କୁ ଦୋକାନରେ ଏକାଠି କରିବା ସହ ଭିଡ଼ ଜମାଉଛନ୍ତି । ବେପାର କରିବା ସମୟରେ କରୋନା ସମ୍ବନ୍ଧୀୟ ସାମାଜିକ ଦୂରତା, ମାସ୍କ ପରିଧାନ ତଥା ଅନ୍ୟ ନୀତି ନିୟମକୁ ଭୁଲି ଯାଉଛନ୍ତି । ଯାହା ଦ୍ୱାରାକି ନିଜ ଜୀବନକୁ ବିପଦକୁ ଠେଲି ଦେବା ସହ ନିଜ ପରିବାରର ଜୀବନକୁ ମଧ୍ୟ ବିପଦ ରେ ପକାଉଛନ୍ତି । ଅମାନିଆ ଦୋକାନୀ ମାନଙ୍କୁ କଠିନରୁ କଠିନ ଆର୍ଥିକ ଦଣ୍ଡ ଦେବା ଉଦ୍ଦେଶ୍ୟରେ ଢେଙ୍କାନାଳ ଉପ-ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ , ଅତିରକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ, ପୋୖରାନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ମିଳିତ ଭାବରେ ଚଢ଼ାଉ କରିବା ସହ କୋଭିଡ ନିୟମ ଉଲଂଘନକାରୀ 6 ଟି ଦୋକାନୀ ମାନଙ୍କଠାରୁ 13,500 ଟଙ୍କା ଫାଇନ ଆଦାୟ କରିଛନ୍ତି ।