ବାରଣାସୀ ମହୋତ୍ସବ ଉଦଘାଟିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀ ନଗର ବ୍ଳକ ଅନ୍ତର୍ଗତ କାଶୀ ନଗରରେ ଥିବା ବାରଣାସୀ ହାଇ ସ୍କୁଲରେ ବାରଣାସୀ ମହୋତ୍ସବ ଉଦଘାଟିତ ହୋଇଯାଇଛିଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୀ ତିରୁପତି ରାଓ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ଜିଲ୍ଲାର କଳା ସଂସ୍କୃତି ଓ ପରମ୍ପରାକୁ ଉଦଜିବିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ। ଵାଲା ସାୟାମ୍ମା,ଏନ୍ ଏ ସି ଅଧ୍ୟକ୍ଷ। ଏମ୍ ସୁଧା ରାଣୀ,ଥାନାଅଧିକାରୀ ସୁନୀଲ ବେହେରା ବି ଇ ଓ ଆଦିକନ୍ଧ ଗୋମାଙ୍ଗ,ବିଡ଼ିଓ ଡ଼ମ୍ଭୁରୁ ଧର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।ବ୍ଳକ ଅଫିସରୁ ଉତ୍ସବ ମସାଲା ଯାତ୍ରା ବାହାରି ହାଇସ୍କୁଲରେ ପହଞ୍ଚିଥିଲ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।

Leave a Reply

Your email address will not be published. Required fields are marked *