ସର୍ବ ଭାରତୀୟ ବଡ଼ମ୍ବା କପ ଫୁଟବଲ ମ୍ୟାଚ ଉଦଘାଟିତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ସର୍ବ ଭାରତୀୟ ବଡ଼ମ୍ବା କପ ଫୁଟବଲ ମ୍ୟାଚ ଉଦଘାଟିତ ! ୩ – ୦ ଗୋଲରେ ଭଦ୍ରକ ବାଦଲ ଏକାଡେମୀ ବିଜୟୀ ! ବଡମ୍ବା କଲେଜ ଖେଳ ପଡ଼ିଆରେ ସର୍ବଭାରତୀୟ ବଡ଼ମ୍ବା କପ ଫୁଟବଲ ମ୍ୟାଚ ଉଦଘାଟିତ ହୋଇଯାଇଛି | ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ସମବାୟ ଏବଂ ହସ୍ତତନ୍ତ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ବିଶିଷ୍ଟ ଅତିଥି ଭାବେ ବଡ଼ମ୍ବା ରାଜାସାହେବ ତ୍ରିବିକ୍ରମ ଚନ୍ଦ୍ର ବୀରବର ମଙ୍ଗରାଜ ମହାପାତ୍ର ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ | ପ୍ରଥମ ଦିନର ମ୍ୟାଚ କୋଲକାତାର ନ୍ୟୁ- ଟାଉନ ସ୍ପୋର୍ଟ୍ସ ଏକାଡେମୀ ଏବଂ ବାଦଲ ଏକାଡେମୀ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଖେଳର ପ୍ରଥମାର୍ଦ୍ଧରେ ବାଦଲ ଏକାଡେମୀ ଗୋଟିଏ ଗୋଲ ଏବଂ ଦ୍ଵିତୀୟାର୍ଦ୍ଧରେ ଆଉ ଦୁଇଟି ଗୋଲ ଦେଇ ୩-୦ରେ ବିଜୟୀ ହୋଇଥିଲା | ଫୁଟବଲ ଆସୋସିଏସନ ସଭାପତି ବୃନ୍ଦାବନ ପରିଡ଼ାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ଉଦଘାଟନ ସମାରୋହରେ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପଟ୍ଟାୟତ ତ୍ରିଭୁବନ ଚନ୍ଦ୍ର ଦେବ, ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଭୁଦତ୍ତ ପଟ୍ଟନାୟକ, ବିବେକାନନ୍ଦ ମଲ୍ଲିକ, ବିଡିଓ ରମେଶ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ | ସେହିଭଳି ସ୍ଥାନୀୟ ପୂର୍ବତନ ଫୁଟବଲ ଖେଳାଳି ଆଇନଜୀବି ସନ୍ତୋଷ କୁମାର ପଟ୍ଟନାୟକ, ଯୁଧିଷ୍ଠିର ତରସିଆ ଏବଂ ଜାତୀୟ ସ୍ତରୀୟ ଫୁଟବଲ ଖେଳାଳି ଦେବୀ ପ୍ରସାଦ ପଟ୍ଟନାୟକ ପମୁଖ ଉପସ୍ଥିତ ରହିଥିଲେ | ନିକୁନ ମହାନ୍ତି ଏବଂ ବୁଦ୍ଧିମାନ ହେମ୍ବ୍ରମ ଖେଳ ପରିଚାଳନା କରୁଥିବା ବେଳେ ମୋହନ ସୁବୁଦ୍ଧି ମହାବିଦ୍ୟାଳୟ କ୍ରୀଡ଼ାବିଭାଗ ଅଧ୍ୟାପକ ପ୍ରବୀଣ କୁମାର ସାମନ୍ତ ସଂଯୋଜନା କରିଥିଲେ | ଆସନ୍ତା ମ୍ୟାଚ ଭଞ୍ଜନଗର ଏବଂ ଭାଇଜାଗ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଖ ପାଖ ଅଞ୍ଚଳର ଶତାଧିକ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା |

 

Leave a Reply

Your email address will not be published. Required fields are marked *