ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପୂଜା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଣୀ ପଦ୍ମାବତୀ ସାହିରେ ଥିବା ନୀଳାଚଳ ସାରସ୍ଵତ ସଙ୍ଘ ପୁରୀ ଶାଖା ପାରଳାଖେମୁଣ୍ଡି ପକ୍ଷରୁ 29 ତମ ଗଞ୍ଜାମ ଓ ଗଜପତି ଆଞ୍ଚଳିକ ସଙ୍ଘ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ପୂଜା ଦୁଇ ଦିନ ଅନୁଷ୍ଠିତ ହେଉଛି । 14 ତାରିଖରେ ଅଧିବାସ ପୂଜା ହୋଇଛି , 15 ତାରିଖ ପ୍ରାତଃରୁ ଠାକୁରଙ୍କ ନିତ୍ୟପୂଜା,ମଙ୍ଗଳ ଆଳତୀ ସ୍ତବ ସ୍ତ୍ରୋତ୍ର ପାଠ,ଶାନ୍ତି ପାଠ କରାଯାଇଥିଲା । ସକାଳ 8 ଘଣ୍ଟା ସମୟରେ ପ୍ରଥମ ଅଧିବେଶନ ସମାପ୍ତ କରି 9 ଘଣ୍ଟା ସମୟରେ ପ୍ରତୀକ୍ଷା ସଙ୍ଗୀତ ଦ୍ଵାରା ଠାକୁରଙ୍କ ଦ୍ୱିତୀୟ ଅଧିବେଶ ଆରମ୍ଭ ହୁଏ, ସୁଦୂର ଭୁବନେଶ୍ୱର କେନ୍ଦ୍ର ସେବକ ସଂଘ ସତଶିକ୍ଷା ମନ୍ଦିରରୁ ଆସିଥିବା ରାମଚନ୍ଦ୍ର ସାହୁ ଭାଇ ଭାଇ ଓ ମାଆ ମାନେ କିପରି ଠାକୁରଙ୍କ ଭାବଧାରାରେ ଚାଳିତ ହୋଇ ନିଜକୁ କିପରି ଆଦର୍ଶ କରି ଗଢି ତୋଳିବେ ଓ ନିଜ ପରିବାର କିପରି ଆଦର୍ଶ ହେବ ତା ଉପରେ ବୁଝାଇଥିଲେ।ଠାକୁର କହିଛନ୍ତି ଯେଉଁ ଠାରେ ତିନି ଜଣ ଭକ୍ତ ରହିଛ, ସେଠାରେ ସଙ୍ଘ ଟିଏ ଗଢ଼ିବ।ସଙ୍ଘର ଆଦର୍ଶ ହେଉଛି ବିରୋଧର ଏକାନ୍ତ ପରିହାର ପ୍ରାଣର ଐକାନ୍ତିକ ମିଳନ। ସେହି ସଙ୍ଘରେ ମୁଁ ସ୍ୱୟଂ ଉପସ୍ଥିତ ରୁହେ।ସଙ୍ଘ ହେଉଛି ଠାକୁରଙ୍କ ସ୍ୱରୂପ ।ଏହି ଆଞ୍ଚଳିକ ସଂଘରେ ବ୍ରହ୍ମପୁର,ତରଙ୍ଗଡ଼ା, ଲଞ୍ଜିଆ,ବଡ଼ଖେତା ଓ ପାରଳାଖେମୁଣ୍ଡିର ସଙ୍ଘ ସେବୀ ମାନେ ଉପସ୍ଥିତ ରହି ଉତ୍ସବରେ ଯୋଗ ଦେଇଥିଲେ।ଏହି ଉତ୍ସବରେ ବ୍ରହ୍ମପୁର ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଧାନ ଭାଇ,ସଭାପତି ରାଧାଶ୍ୟାମ ସାମନ୍ତଜେନା ଭାଇ,ଦୁର୍ଗା ପ୍ରସାଦ ପଟ୍ଟନାୟକ ଭାଇ,ସୁଶିଳ ପାତ୍ର ଭାଇ , ଗୋପାଳ ପଟ୍ଟନାୟକ ଭାଇ,ରାମ ନାଥ ପାତ୍ର ଭାଇ ପ୍ରମୁଖଙ୍କ ସମେତ ସଂଘର ସମସ୍ତ ମାଆ ଓ ଭାଇମାନେ ଏହି ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *