କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଜୀବନ ଜ୍ୟୋତି କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆୟୋଜିତ ହେଉଛି ପ୍ରଥମ ସତ୍ୟଭାମା – ଚୌଧୁରୀ ସ୍ମାରକୀ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ! ତୃତୀୟ ଦିବସ ଅବସରରେ କଳାପଥର ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ହୃଷୀକେଶ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜୀବନ ଜ୍ୟୋତି କ୍ରିକେଟ କ୍ଲବର ବରିଷ୍ଠ ସଦସ୍ୟ ପ୍ରସନ୍ନ କୁମାର ସାହୁ ଓ ସଞ୍ଜୀବ କୁମାର ରାମ ମଞ୍ଚାସୀନ ଥିଲେ । ତୃତୀୟ ଦିନରେ କଳିଙ୍ଗ ଟାଇଗର ଖୋର୍ଦ୍ଧା ଓ ମଞ୍ଚେଶ୍ୱର କ୍ରିକେଟ କ୍ଲବ ମଞ୍ଚେଶ୍ଵର ମଧ୍ୟରେ ହୋଇଥିବା ମ୍ୟାଚରେ କଳିଙ୍ଗ ଟାଇଗର ଖୋର୍ଦ୍ଧା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଆଜିର ମ୍ୟାଚ୍ ୨୨ ଓଭର ବିଶିଷ୍ଟ ଖେଳ ହୋଇଛି । ମ୍ୟାଚ୍ ରେ କଳିଙ୍ଗ ଟାଇଗର ଖୋର୍ଦ୍ଧା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ରେ ୮ ଗୋଟି ୱିକେଟ ହରାଇ ୧୨୭ ରନ ସଂଗ୍ରହ କରିଥିବା ବେଳେ ମଞ୍ଚେଶ୍ୱର କ୍ରିକେଟ କ୍ଲବ କୁ ୧୨୮ ରନର ଟାର୍ଗେଟ ଦେଇଥିଲା ! ମଞ୍ଚେଶ୍ୱର ଦଳ ୨ ଗୋଟି ୱିକେଟ ହରାଇ ୧୩.୪ ଶେଷ ସୁଦ୍ଧା ୧୨୮ ରନ କରି ବିଜୟ ହାସଲ କରିଛି । ମଞ୍ଚେଶ୍ବର ଦଳର ରବୀନ୍ଦ୍ର ନାୟକ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଛନ୍ତି । ଆସନ୍ତା କାଲି ପ୍ରଥମ ବାର୍ଷିକ ସତ୍ୟଭାମା ଚୌଧୁରୀ ସ୍ମାରକୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜକ ଜିବନ ଜ୍ୟୋତି କ୍ରିକେଟ କ୍ଲବ ଓ ଡ଼ମଣଗଡ଼ିଆ ନରସିଂହପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ !
କଳିଙ୍ଗ ଟାଇଗର ଖୋର୍ଦ୍ଧା କୁ ହରାଇ ମଞ୍ଚେଶ୍ୱର କ୍ରିକେଟ କ୍ଲବ ବିଜୟୀ !!!

