ସଫେଇ ଗାଡିକୁ ଧକା ଦେଇ ଚୁରମାର କରିଦେଲା ହାଇୱା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଜାତୀୟ ରାଜପଥରେ ପୁଣି ଘଟିଲା ଅଘଟଣ ! ସଫେଇ ଗାଡିକୁ ଧକା ଦେଇ ଚୁରମାର କରିଦେଲା ହାଇୱା ! ଦୁର୍ଘଟଣା ର ବ୍ଲକ ସ୍ପଟ ପାଲଟିଥିବା ରସୁଲଗଡ ଓଭର ବ୍ରିଜ ପାଖରେ ପୁଣି ଘଟିଲା ଦୁର୍ଘଟଣା ! ରାଜପଥରେ ହାଇୱା ଗୁଡିକର ଅନିୟନ୍ତ୍ରିତ ଗତି ବଢ଼ାଉଛି ଅଘଟଣ ! ଗତ ରାତିରେ ଏକ ଅଳିଆ ସଫେଇ ଗାଡି କୁ ଦ୍ରୁତ ଗତିରେ ଆସି ଧକା ଦେଇଥିଲା ହାଇୱା ! ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ , ଅଳିଆ ସଫେଇ ଗାଡି ସମ୍ପୂର୍ଣ ଭାଙ୍ଗି ରୁଜି ଯାଇଛି ! ଜାତୀୟ ରାଜପଥରେ ଲାଗି ରହିଥିଲା ଅସମ୍ଭବ ଭିଡ ! ସ୍ଥାନୀୟ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ହଟାଇବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା !

Leave a Reply

Your email address will not be published. Required fields are marked *