ବାଲୁଗାଁ ବାଣପୁର ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁଡିହ ଛକ ନିକଟରେ ହୁତୁ ହୁତୁ ହୋଇ ଜଳିଗଲା କାର୍ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତକାଲି ରାତ୍ରୀ ସମୟରେ ବାଲୁଗାଁ ବାଣପୁର ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁଡିହ ଛକ ନିକଟରେ ଘଟି ଯାଇଛି ଅଘଟଣ । ଚଳନ୍ତା କାର୍ ଲାଗିଲା ନିଆଁ । ଦେଖୁ ଦେଖୁ କାର୍ ଟି ଜଳି ପୋଢ଼ି ହୋଇଗଲା ନଷ୍ଟ । ସୁରକ୍ଷିତ ଭାବେ ଉଦ୍ଧାର ହେଲେ ଯାତ୍ରୀ । ମିଳିଥିବା ସୁଚନା ମୁତାବକ ବାଣପୁର ଅଞ୍ଚଳର ଜଣେ ଯୁବକ ନିଜର କାର୍ ଯୋଗେ ଏକ ଜରୁରୀ କାର୍ଯ୍ୟ ପାଇଁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ୧୬ ଜାତୀୟ ରାଜପଥ ବିଷ୍ଣୁଡିହ ଛକ ନିକଟରେ କୌଣସି କାରଣ ରୁ କାର୍ ଟିରେ ସଟ୍ ସର୍କିଟ ଘଟିଥିଲା । ଦେଖୁ ଦେଖୁ ଘଟଣା ସ୍ଥଳରେ କାର୍ ଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା । ସଙ୍ଗେ ସଙ୍ଗେ ବାଲୁଗାଁ ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରି ଥିବା ବେଳେ କାର ଟି ଜଳିଯାଇ ସମ୍ପୁର୍ଣ୍ଣ ନଷ୍ଟ ହୋଇଛି ।

Leave a Reply

Your email address will not be published. Required fields are marked *