ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଓ ବାଣପୁର ଏନଏସି ର ସହ ସହ ଚାଷୀ ପ୍ରଭାବିତ ହୋଇଛନ୍ତି ଲଘୁଚାପ ଜନିତ ବର୍ଷା ରେ l ଏଠାର ଚାଷୀ କୁଳ ଏବେ ଚିନ୍ତାରେ l ସାଳିଆ ଉପକୂଳବର୍ତ୍ତୀ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ସାଜିଛି ଦାଉ l ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ବାଣପୁର ବ୍ଲକ ଓ ଏନଏସି ର ସହ ସହ ଏକର ଧାନ ଜମି ଜଳମଗ୍ନ ହୋଇରହିଛି । ଧାନ ଅମଳ ପାଇଁ ଜମିରେ କଟା ଯାଇଥିବା ପାଚିଲା ଧାନ ଏବେ ପାଣି ଭିତରେ ବୁଡି ରହିଛି । ବିଶେଶତଃ ବାଣପୁର ବ୍ଲକ ର ଭୀମପୁର, ଗାଲୁଆ, ସନହନ୍ତୁଆଡ଼ , ସହାସପୁର, କୁମାରଙ୍ଗ, ସୁନାକେରା, ବାଲିପଦର ଅଚୁତରାଜପୁର, ଭେଟେଶ୍ୱର, ଦୋଳମୁଣ୍ଡି, ଭେଷରୀ, ବନ୍ଧମୁଣ୍ଡି ଓ ବାଣପୁର ଏନଏସି ର ବିଭିନ୍ନ ଗ୍ରାମର ଚାଷ ଜମି ଜଳମଗ୍ନ ହୋଇରହିଛି l ଏବେ ବର୍ଷା ଛାଡିବାରେ ପାଣିରୁ ଚାଷୀ ଧାନ ଛାଣୁଛି l ବିଲରେ ଜମିରହିଥିବା ବର୍ଷା ପାଣିରେ ପାଚିଲା ଧାନର କେଣ୍ଡା ସବୁ ବୁଡି ରହିଛି l ଏବେ କୋହଲା ପାଗ ଲାଗି ରହିଥିବାବେଳେ l ତଥାପି ମଝିରେ ମଝିରେ ଝିପି ଝିପି ବର୍ଷା ଲାଗିରହିଛି l ଯାହାକୁ ନେଇ ଚାଷୀ ମନେ ଚିନ୍ତାରେ ପଡିଛନ୍ତି l କେତକ ଚାଷୀ ଓଦା ବିଲରେ ପାଣିଛଣା ଧାନକୁ ଗଦା ମାରୁଥିବା ବେଳେ l ଆଉକେତେ ଚାଷୀ ଖଳା କୁ ଧାନ ଆଣି ଶୁଖାଉଛନ୍ତି l କେତକ ଜମିରେ ଧାନ ପଚାହୋଇ ଦୃଗନ୍ଧ ବାହାରୁଥିବା ବେଳେ l ଆଉ କେତେକ କିଆରୀରେ ପଡ଼ିଥିବା ଧାନମନ ଗଜା ହୋଇଗଲାଣି l ଚାଷୀମାନେ ଋଣ କରି ଧାନ ଫସଲ କରିଥିବା ବେଳେ l ଋଣକୁ କିପରି ସୁଜିବେ ନେଇ ଚିନ୍ତାରେ ଚାଷୀ ପଡିଛନ୍ତି l
ବିଲରେ ଜମିଥିବା ଲଘୁଚାପ ଜନିତ ବର୍ଷା ପାଣି ରୁ ପାଚିଲା ଧାନ ଛାଣୁଛନ୍ତି ଚାଷୀ !!!

