ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ” ବୀର୍ ବାଲ୍ ଦିବସ ” ପାଳିତ ହୋଇଯାଇଛି । ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ତଥା ରାଜ୍ୟ ସରକାରଙ୍କ ଓସେପା ଦ୍ୱାରା ତ୍ୱରାନ୍ୱିତ ନିର୍ଦ୍ଦେଶନାମା ଅନୁସାରେ ଏକ ସପ୍ତାହ ବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିଖ୍ ସମ୍ପ୍ରଦାୟର ଦଶମ ଧର୍ମଗୁରୁ ଗୋବିନ୍ଦ ସିଂଙ୍କ ଦୁଇ କନିଷ୍ଠ ପୁତ୍ରଙ୍କ ଦେଶ ମାତୃକା ପାଇଁ ଯେଉଁ ତ୍ୟାଗପୂର୍ଣ୍ଣ ଆତ୍ମ ବଳିଦାନ ତାହାର ସ୍ମୃତି ସ୍ୱରୂପ ୨୬ ଡିସେମ୍ବରକୁ ରାଷ୍ଟ୍ରୀୟ ବୀର୍ ବାଲ୍ ଦିବସ ଭାବରେ ଦେଶ ବ୍ୟାପୀ ପାଳନ ହେଉଛି । ଆମ ମହାବିଦ୍ୟାଳୟ ପ୍ରଜ୍ଞା ଭବନରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ବରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବରେ ଯୁକ୍ତଦୁଇ ଅଧ୍ୟକ୍ଷ ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ , ଡ଼. କୈଳାସ ଚନ୍ଦ୍ର ମହାରଣା , ଡ଼. ମୋନାଲିସା ମାନସିଂହ , ଅଧ୍ୟାପକ ପ୍ରବୀଣ କୁମାର ଜେନା ଯୋଗଦେଇ ଦିବସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ବିଜୟ ସ୍ମାରକ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଡ଼. ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ମଞ୍ଚ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସୁନିତା ନନ୍ଦ , ଅଧ୍ୟାପିକା କୀର୍ତ୍ତିମୟୀ ବାରିକ , ଅଧ୍ୟାପକ ବିମଳ କୁମାର ପଣ୍ଡା , ଅଧ୍ୟାପକ ମନୋଜ କୁମାର ନାୟକ , ଡେମୋନଷ୍ଟେଟର ବିଶ୍ଵଜିତ ଦାସ ପ୍ରମୁଖ ସହଯୋଗ କରିଥିଲେ ।
ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବୀର୍ ବାଲ୍ ଦିବସ ପାଳିତ !!!

