ସିଂଘମ୍ ଟାଇକୋଣ୍ଡ ଏକାଡେମୀ ପକ୍ଷରୁ ବେଲଟ୍ ଡିଷ୍ଟ୍ରିବ୍ୟୁସନ୍ କାର୍ଯ୍ୟକ୍ରମ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ସିଂଘମ୍ ଟାଇକୋଣ୍ଡ ଏକାଡେମୀ ପକ୍ଷରୁ ବେଲଟ୍ ଡିଷ୍ଟ୍ରିବ୍ୟୁସନ୍ କାର୍ଯ୍ୟକ୍ରମ । ଚାନ୍ଦୋଳ ନିକଟସ୍ଥ ଏନଏମ ଆଇଟିଆଇ କେନ୍ଦ୍ରରେ ଏକ ବେଲଟ ଡିଷ୍ଟ୍ରିବ୍ୟୁସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩୦ରୁ ଉର୍ଦ୍ଧ୍ବ ବାଳକ ବାଳିକା ଅଂଶ ଗ୍ରହଣ କରିଥିଲେ । ଶିଶୁ ମାନେ ଟାଇକୋଣ୍ଡ ଶିକ୍ଷା ଲାଭ କରି ନିଜର ଆତ୍ମରକ୍ଷା କରିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷା ଦେବାରେ ସଫଳ ହୋଇପାରିବେ ବୋଲି ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଚ୍ ମ୍ୟାନେଜର ସୁଶାନ୍ତ କୁମାର ସାହୁ ଯୋଗ ଦେଇ ଅଭିଭାଷଣ ରଖିଥିଲେ । ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ ଆହୁରି ଅଧିକ ଛାତ୍ରଛାତ୍ରୀ ମାନେ ଟାଇକୋଣ୍ଡ ଶିକ୍ଷା ଲାଭ କରିବା ସହ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନାମ କରି ପାରିବେ ବୋଲି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି, କୋଚ୍ ଓ ଅଭିଭାବକ ମାନେ ଜିଲ୍ଲା ପ୍ରଶାସନକୁ ନିବେଦନ ରଖିଥିଲେ

Leave a Reply

Your email address will not be published. Required fields are marked *