ଉଚ୍ଛେଦ ହୋଇଥିବା ବାସହୀନ ମାନେ ଥଇଥାନ ଦାବିରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ହାଟପଦା-ରେଳଷ୍ଟେନ୍ ଅଞ୍ଚଳରେ ଉଚ୍ଛେଦ ହୋଇଥିବା ବାସହୀନ ମାନେ ଆଜିପର୍ଯ୍ୟନ୍ତ ଥଇଥାନ କରାଯାଇ ନଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଦ୍ବାରସ୍ଥ ହୋଇଛନ୍ତି । ଉଚ୍ଛେଦ ପରେ ବାସହୀନ ହୋଇଥିବା ପ୍ରାୟ 30 ପରିବାରର ମହିଳାମାନେ ଏକତ୍ରିତ ହୋଇ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବାସହୀନମାନେ ଜଣାଇଛନ୍ତି ଯେ ସହରର ହାଟପଦା-ରେଳଷ୍ଟେସନ୍ ନିକଟରେ ରହି ଆସୁଥିଲେ । ତେବେ ଗତ 2018 ମସିହାରେ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ ନାମରେ ହଟାଯାଇଥିଲା । ଜବରଦଖଲ ହଟାଯିବା ସମୟରେ ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ ଅନ୍ୟତ୍ର ସ୍ଥାନ ଦିଆଯାଇ ଥଇଥାନ କରାଯିବ । ତେବେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇ ନଥିଲା । ଏମାନେ ବାଧ୍ୟ ହୋଇ ଗଜପତି ଷ୍ଟାଡିୟମ୍ ନିକଟରେ ଝାଟିମାଟି ଘର କରି ରହିଆସୁଥିଲେ ମଧ୍ୟ ସେଠାରୁ ସେମାନଙ୍କୁ 2022 ମସିହାରେ ହଟାଇ ସମାନ ରୂପକ ପ୍ରତିଶ୍ରୁତି ପ୍ରଶାସନ ପକ୍ଷରୁ ଦିଆଯାଇଥିଲା । ହେଲେ କୌଣସି ପ୍ରତିଶ୍ରୁତି ପାଳନ ହୋଇନି । ଫଳରେ ଆମ୍ଭେମାନେ ସେବେଠାରୁ ସମ୍ପୂର୍ଣ୍ଣ ରୂପେ ବାସହୀନ ହୋଇପଡିଛୁ ଏବଂ ଏଣେ ତେଣେ ରହିଆସୁଛୁ ବୋଲି କହିଛନ୍ତି । ତୁରନ୍ତ ଥଇଥାନ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଦାଶଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *