ଜାତୀୟ ରାଜପଥରେ ଓଲଟିଲା ରଙ୍ଗ ବୋଝେଇ ଟ୍ରକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଳମ୍ବିତ ରାତିରେ ବିଶାଖାପାଟଣା ରୁ ରାଞ୍ଚି ପର୍ଯ୍ୟନ୍ତ ପ୍ରାଇମର ରଙ୍ଗ ନେଇ ଯାଉଥିବା ବେଳେ ଏକ ମାଲ୍ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗାଡି ଚାଳକଙ୍କ ଅସାବଧାନତା ଯୋଗୁ କୟଥପଲ୍ଲା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଟି ଦୁର୍ଘଟଣାଗସ୍ତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଗ୍ରସ୍ତ ଗାଡିଟିର ନମ୍ବର ହେଉଛି AP 27 TY 1179 । ଗାଡ଼ି ଚାଳକ ଙ୍କ କହିବା ମୁତାବକ ତାଙ୍କୁ ନିଦ ଆସିବା ଯୋଗୁ ତାଙ୍କର ଆଖି ଲାଗି ଯାଇଥିଲା , ତେଣୁ ଦୁର୍ଘଟଣା ଘଟିଗଲା । ଏଥିରେ ଗାଡ଼ି ଚାଳକ ଙ୍କ ବିଶେଷ କିଛି କ୍ଷତି ଘଟିନାହିଁ । ଦୁର୍ଘଟଣା ର ଖବର ପାଇ ଘଟଣା ସ୍ଥଳରେ ନାଚୁଣୀ ଫାଣ୍ଡି ଅଧିକାରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।।

Leave a Reply

Your email address will not be published. Required fields are marked *