ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ବଡ଼ ଦାଣ୍ଡ ଠାରେ ଥିବା ବିଶ୍ରାମଗାରଟି ନଷ୍ଟ ହୋଇଯିବା ପରେ ସେହି ଜାଗାରେ ବିଶ୍ରାମଗାର ଟି ନିର୍ମାଣ ହୋଇ ପାରୁନାହିଁ । ଯାହା ଫଳରେ ଯାତ୍ରୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଯାତ୍ରୀ ଏଠି ସେଠି ଛିଡା ହେବାକୁ ପଡୁଛି । ତୁରନ୍ତ ସେହି ଜାଗାରେ ଜିଲ୍ଲା ପ୍ରଶାସନ ବିଶ୍ରାମଗାର ଟି ନିର୍ମାଣ କଲେ ପଥଚାରି ଏବଂ ଯାତ୍ରୀ ଉପକୃତ ହେବେ । ପ୍ରକାଶ ଥାଉକି ବିଶ୍ରାମଗାରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା , ତାହାକୁ ପୁରା ଭାଙ୍ଗି ସଫା କରି ଦିଆଯାଇଛି । ସେହି ଜାଗାରେ ବିଶ୍ରାମଗାର ନିର୍ମାଣ କଲେ ପଥଚାରି ଉପକୃତ ହୋଇ ପାରିବେ । ପୂର୍ବରୁ ସେଠାରେ ବିଶ୍ରାମଗାରଟି ଥିବା ଯୋଗୁଁ ଯାତ୍ରୀ, ସ୍କୁଲ ଛାତ୍ର ଛାତ୍ରୀ କଲେଜ ଛାତ୍ର ଛାତ୍ରୀ ସେଠାରୁ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ ।