ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସଂପ୍ରତି ବିଶ୍ଵ ତପାୟନକୁ ରୋକିବା ସହ ପରିବେଶ ସୁରକ୍ଷା ନିମନ୍ତେ ବହୁମାତ୍ରାରେ ସଚେତନତାର ଆବଶ୍ୟକତା ରହିଛି। ଏହାକୁ ଉପଲବ୍ଧି କରି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ଠାରେ ଗଢି ଉଠିଥିବା ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ ବନାନୀ କାର୍ଯ୍ୟକ୍ରମ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଂରାଜୀ ନବବର୍ଷ ଠାରୁ ଦଶ ଦିନ ଧରି ଘୁମୁରା ମାଧ୍ୟମରେ ସଚେତନତା କରାଯାଉଥିବାର ଦେଖିବାକୁ ମିଳିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ପଦ୍ମନାଭ ମାଝୀ, କଷ୍ଟି ଭଇଁସାଲ, ରାଜ କରସେଲ୍, ଡମ୍ବରୁଧର ନାଗ, ମାଧବ ନାଗ, ପଦ୍ମଲୋଚନ ଭଇଁସାଲ,ଗଜେନ୍ଦ୍ର ଭଇଁସାଲ୍, ବିଦ୍ୟାଧର ଚଣ୍ଡି, ବଳଦେବ ଶବର, ଲଛମନ୍ ମାଝି, ରତ୍ନାକର ନାଗ, ଅଲେଖ ଚଣ୍ଡି,ଗିରିଧାରୀ ଧାଙ୍ଗଡମାଝି, ଭବାନୀ ଶଙ୍କର ଧାଙ୍ଗଡମାଝି, ଶତ୍ରୁଘନ ରାଉତ ଆଦି ଏହି କାର୍ଯ୍ୟକ୍ରମକୁ ଜାରି ରଖିଥିଲେ।