୬୭୯ ତମ ଦିବସରେ ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ସହ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଦିନ ସଂଖ୍ୟା ୬୭୮ ଓ ୬୭୯ ତମ ଦିବସ ଦୁଇଦିନ ଧରି ଭଦ୍ରକ ଜିଲ୍ଲାର ବିଭିନ୍ନ ଛକ ବଜାର, ବସଷ୍ଟାଣ୍ଡ,ରେଲୱେ ଷ୍ଟେସନ, ରେଲୱେ ପ୍ଲାଟଫର୍ମ, ବସ୍ତି ,ରାସ୍ତାକଡ଼, ମନ୍ଦିର, ମସଜିଦ, ଚର୍ଚ୍ଚ ଆଦିରେ ଜୀବନ କାଟୁଥିବା ଦୁଃଖୀ, ଦରିଦ୍ର, ଗରିବ, ଅସହାୟ, ବୁଭୁକ୍ଷୁ, ପାଗଳା/ପାଗିଳି, ଭିନ୍ନକ୍ଷମ ଆଦିଙ୍କୁ ଫାଉଣ୍ଡେସନ ପକ୍ଷରୁ ମାକ୍ସ, ସାବୁନ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବସ, ଶୀତ ବସ୍ତ୍ର, କମ୍ବଳ, ମଶାରୀ, ରନ୍ଧା ଓ ଶୁଖିଲା ଖାଦ୍ୟ ସହ ଆର୍ଥିକ ସହାୟତା ଯୋଗାଇବା ସହ ସାଧାରଣ ଲୋକଙ୍କୁ ବିଭିନ୍ନ ସଚେତନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଦଯାତ୍ରା ମାଧ୍ୟମରେ ସଚେତନ କରାଯାଉଥିବାର ଦେଖିବାକୁ ମିଳିଛି ।ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସମେତ ସଚେତନତା କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ଶ୍ରୀମତୀ ବୀଣାପାଣି ଦାସ, ମିନାକ୍ଷୀ ଦାସ, ପ୍ରମିଳା ଦାସ, ସୁଶ୍ରୀ ମୋନାଲି ଦାସ ଆଦି ସମ୍ପାଦନ କରିଥିଲେ ।

Leave a Reply

Your email address will not be published. Required fields are marked *