ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଗଜପତି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳଙ୍କ ନେତୃତ୍ୱରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ମୁଖ୍ୟ ଦାବି ଗୁଡିକ ହେଲା ଟୋକେନ୍ ଲ୍ୟାପ୍ସ ହେବା, ମିଲର ମାନଙ୍କ ମନମୁଖୀ, ଧାନ କିଣା ଏହିଭଳି ସମସ୍ୟା ନେଇ ଚାଷୀ ଦାବିପତ୍ର ପ୍ରଦାନ କରିଥିବାର ଜଣା ପଡ଼ିଛି । ଗଜପତି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଗଣମାଧ୍ୟମକୁ ସୂଚନା ଦେଇ ଛନ୍ତି ଯେ ଟୋକେନ୍ ଇସ୍ୟୁ ହେଲା ପରେ ମିଲର ମାନେ ଟାର୍ଗେଟ ନାହିଁ ବୋଲି ଧାନ ଉଠାଉ ନାହାଁନ୍ତି । ଟୋକେନ୍ ର ଅବଧି ଏକ ମାସ ଥିବା ବେଳେ ଧାନ ଟୋକେନ୍ ର ଅବଧି ସରିଯାଉଛି । ଧାନ କିଣା ହୋଇ ପାରୁନି, ତେଣୁ ଟୋକେନ୍ ର ଅବଧି ବୃଦ୍ଧି କରିବା, ଧାନର ମାନ ଏଫ.ଏ.କ୍ୟୁ ଟେଷ୍ଟ ନ କରି ବସ୍ତା ପିଛା ମିଲର 5 କେଜି ରୁ ସାତ କେଜି କାଟୁଛନ୍ତି । ଟ୍ରାନ୍ସପୋର୍ଟ ଓ ଅଖା ସୁତୁଲୀ ପଇସା ଚାଷୀଙ୍କୁ ଦେବା କଥା ସବୁ ଚାଷୀଙ୍କ ଉପରେ ପକାଇ ଦିଆଯାଉଛି । ଏ ବାବଦୀୟ ଖର୍ଚ୍ଚ ଦିଆ ଯାଉନାହିଁ । ଆଗାମୀ ଦିନରେ ଚାଷୀଙ୍କ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଓ ରାସ୍ତାରୋକ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଚାଷୀଙ୍କ ସମସ୍ୟା ନେଇ ଦାବିପତ୍ର ପ୍ରଦାନ !!!

