ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଡିଜିଟାଲ ମିଡ଼ିଆ ରେନବୋ ଡିଜିଟାଲ ର ପ୍ରତିଷ୍ଠା ଦିବସ ସମାରୋହ । ରାଜଧାନୀ ସ୍ଥିତ ଗୀତ ଗୋବିନ୍ଦ ସଦନ ରେ ବର୍ଷା ଚ୍ୟାରିଟେବଲ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ରେନବୋ ଡିଜିଟାଲ ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ବରିଷ୍ଠ ଜନ ନେତା ପ୍ରଭାତ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ରୋଟାରୀ ଜିଲ୍ଲା 3262 ର ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର ସ୍ଵତନ୍ତ୍ର ଅତିଥି ରୂପେ ଉପସ୍ଥିତ ଥିବା ସମୟରେ ନାରୀ ନେତ୍ରୀ ଇରାନୀ ରାୟ , ଯୁବ ନେତା ନିଶିକାନ୍ତ ମହାପାତ୍ର , ଇଂ ବିମଲ ଚନ୍ଦ୍ର ଦାସ ପ୍ରମୂଖ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ର ଅଧ୍ୟକ୍ଷ କେଦାର ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଗଣମାଧ୍ୟମ ର ନିରପେକ୍ଷତା ଉପରେ ଖୁବ୍ ଉଚ୍ଚ କୋଟୀର ଅଭିଭାଷଣ ରଖିଥିଲେ । ଓଡିଶା ଡିଜିଟାଲ ମିଡିଆ ମହାସଂଘ ରାଜ୍ୟ ସଭାପତି ସତ୍ୟବ୍ରତ ଦାଶ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକତା , ସମାଜସେବା , ଅଭିନୟ , ନୃତ୍ୟ , କଣ୍ଠ ସଙ୍ଗୀତ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିଲା ଷାଠିଏ ଜଣ ପ୍ରତିଭା ଏବଂ ସଂଗଠନକୁ ଏକାମ୍ର ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଆଠ ବର୍ଷ ର କୁନି ଝିଅ ପରୀ ର ଅଭିନୟ ସମସ୍ତଙ୍କୁ ତାଜୁବ କରିଥିବା ବେଳେ କନ୍ଦରପୁର ସରସ୍ଵତୀ କଳା ବିକାଶ ପରିଷଦର ସଦସ୍ୟ ମାନେ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ବର୍ଷା ଚ୍ୟାରିଟେବଲ ଫାଉଣ୍ଡେସନ ଟ୍ରଷ୍ଟ ଦ୍ଵାରା ଆୟୋଜିତ ଏହି ସମାରୋହକୁ ସମସ୍ତ ଅତିଥି ଉଚ୍ଚ ପ୍ରଶଂସା କରିଥିଲେ । ସଂଗଠନର ପରିଚାଳନା ମୁଖ୍ୟ ତଥା ରେନବୋ ଡିଜିଟାଲ ର ମୁଖ୍ୟ ସମ୍ପାଦିକା ବର୍ଷା ଦାସ ଙ୍କ ସଂଯୋଜନାରେ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କଟକ ସଦର ଅଞ୍ଚଳର ଜଣାଶୁଣା ସାମାଜିକ କର୍ମୀ ଶ୍ରୀକାନ୍ତ ବେଉରା , ସାମ୍ବାଦିକ ନିରଞ୍ଜନ ସାହୁ , ସାମ୍ବାଦିକ ଦୀପକ ନାୟକ , ସାମ୍ବାଦିକ ଅନନ୍ତ ରଣା , ସମାଜସେବୀ ମାନସ ବେହେରା ସକ୍ରିୟ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ !
ରେନବୋ ଡିଜିଟାଲ ର ପ୍ରତିଷ୍ଠା ଦିବସ ସମାରୋହ !!!

