ବି ଏନ୍ ପ୍ୟାଲେସର ରକ୍ଷଣା ବେକ୍ଷଣ ପାଇଁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବି ଏନ୍ ପ୍ୟାଲେସର ରକ୍ଷଣା ବେକ୍ଷଣ ସାଙ୍ଗକୁ ରାଜ୍ୟ ସ୍ତରୀୟ ସଂଗ୍ରହାଳୟ ପ୍ରତିଷ୍ଠା କରି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସଂଗ୍ରହାଳୟ ନାମରେ ନାମିତ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ବର୍ଗର ଅଧିବାସୀ ମାନେ ବି ଏନ୍ ପ୍ୟାଲେସ, ଅର୍ଥାତ ବୃନ୍ଦାବନ ନିବାସ ବା ବସନ୍ତ ନିବାସ କୁ ରାଜ୍ୟ ସ୍ତରୀୟ ସଂଗ୍ରହାଳୟ ପ୍ରତିଷ୍ଠା ସକାଶେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ପ୍ୟାଲେସଟି ଏକ ଶହ ପଚିଶି ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା । କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପିତା ଗୌରଚନ୍ଦ୍ର ଗଜପତି ମହାରାଜ ଏହାକୁ ନିର୍ମାଣ କରାଇଥିଲେ । ଏହି ବୃନ୍ଦାବନ ପ୍ୟାଲେସର ପୁନରୁଦ୍ଧାର ସାଙ୍ଗକୁ ବି ଏନ୍ ପ୍ୟାଲେସକୁ ରାଜ୍ୟ ସ୍ତରୀୟ ସଂଗ୍ରହାଳୟ ପ୍ରତିଷ୍ଠା କରି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାମରେ ନାମିତ କରିବା ପାଇଁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନାଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଜନ ସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *