୨୫୪ ଓ ୨୫୫ ତମ ସପ୍ତାହରେ ଚିନ୍ମୟ ଫାଉଣ୍ଡେସନର ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ ସହ ୭୧ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦୁଃଖୀ,ଅସହାୟ, ଵୁଭୁକ୍ଷୁ, ଦିବ୍ୟାଙ୍ଗ, ପାଗଳା ପାଗିଳି,ରୋଗୀ, ଜରା,ଅନାଥ ଆଦିଙ୍କ ମୁହଁରେ ହସ ଫୁଟାଇବା ନିମନ୍ତେ ଅଙ୍ଗୀକାର ବଦ୍ଧ ଭାବରେ ଆଜକୁ ୧୭୮୫ଦିନ ଧରି ନିରବଚ୍ଛିନ୍ନ ଭବରେ ସେବା ଯୋଗାଇ ଆସୁଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଫାଉଣ୍ଡେସନ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ ମିଶନ୍ ଅମୃତ ହସ୍ତମ୍ ପକ୍ଷରୁ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୧୭୮୫ ଦିନ ଧରି ନିରବଚ୍ଛିନ୍ନ ଭାବରେ ଜାରି ରହିଛି ସେବା କାର୍ଯ୍ୟ। ଏହି ପରିପ୍ରେକ୍ଷୀରେ ଗତ ୨୫ ଜାନୁଆରୀ ୨୦୨୫ ମସିହାରୁ ୦୮ ଫେବୃୟାରୀ ୨୦୨୫ ମସିହା ପର୍ଯ୍ୟନ୍ତ ଫାଉଣ୍ଡେସନର ଦିନ ସଂଖ୍ୟା ୧୭୭୨ରୁ ୧୭୮୫ ଅର୍ଥାତ୍ ୨୫୪ ଓ ୨୫୫ ତମ ସାପ୍ତାହିକ କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଥିବାର ଦେଖିବାକୁ ମିଳିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ଭୋଳା ଜେନା ଆଦି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ସାମଗ୍ରୀ ଆଦି ବଣ୍ଟନ କରିଥିଲେ।ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମର ସମୀକ୍ଷା କରାଯାଉଥିବା ବେଳେ, ଗତ ଜାନୁୟାରୀ ୨୯ ତାରିଖ ବୁଧବାର ଅପରାହ୍ନ ଚାରି ଘଟିକା ସମୟରେ କାର୍ଯ୍ୟକ୍ରମର ୭୧ ତମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇ ଅଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡଃ ଚିନ୍ମୟ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ସମୀକ୍ଷକ ଭାବରେ ମାଷ୍ଟର ମିହିର କୁମାର୍, କଳାକାର ଶଶିକାନ୍ତ ପଣ୍ଡା, ସୁଭଦ୍ରା ରାଉତ, କବିତା ରାଉତ ଆଦି ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *