ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଚୋରା ଷଣ୍ଢ ବୁହା ବୋଲେରୋ ଗାଡ଼ି ସୁକିନ୍ଦା ରାଜପଥରେ ଓଲଟି ଦୁର୍ଘଟଣା ଗ୍ରସ୍ତ ! ବୋଲେରୋ ଗାଡ଼ି ର ମଝି ଓ ପଛ ସିଟକୁ କାଟି ବେଆଇନ ଭାବେ ଅତି ନୃଶଂସ ଭାବରେ ତିନୋଟି ବଡ ବଡ ଷଣ୍ଢଙ୍କ ମୁଁହ ଗୋଡ ବାନ୍ଧି ଚୋରା ଚାଲାଣ କରୁଥିବା ବେଳେ ସୁକିନ୍ଦା ମୁଖ୍ୟ ରାଜପଥରେ ରଙ୍ଗ ରୁଟରେ ଆସି ରାଜପଥରେ ଥିବା ଏକ ବଡ ଗାଢା ମଧ୍ୟରେ ଓଲଟି ପଡ଼ିଛି । ସ୍ଥାନୀୟ ଲୋକେ ଏହି ଦୁର୍ଘଟଣା ଦେଖି ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥିଲେ । ସୁକିନ୍ଦା ଦମକଳ ବାହିନୀର ଅଧିକାରୀ ରଜନୀକାନ୍ତ ସାମଲଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅକ୍ଲାନ୍ତ ପରିଶ୍ରମ କରି ସ୍ଥାନୀୟ ଲୋକ ମାନଙ୍କ ସହଯୋଗରେ ଗୋଟିଏ ଷଣ୍ଢକୁ ଦୌଡ଼ି ସାହାଯ୍ୟରେ ଟାଣି ବାହର କରିଥିଲେ ! ଆଉ ଦୁଇଟି ବଡ ଷଣ୍ଢ ବୋଲେରୋ ଗାଡ଼ି ମଧ୍ୟରେ ଫସି ରହିଥିବାରୁ ସ୍ଥାନୀୟ ପୋଲିସ ଉପସ୍ଥିତରେ କଟର ମେସିନ ସାହାଯ୍ୟରେ ଦମକଳ ବାହିନୀର କର୍ମଚାରୀ ମାନେ ବୋଲରୋ ଗାଡିର ଉପର ପର୍ଶ୍ୱକୁ କାଟି ଦୁଇଟି ଷଣ୍ଢକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ବୋଲେରୋ ଚାଳକ ଘଟଣା ସ୍ଥଳରୁ ଖସି ପଳାଈଥିବା ବେଳେ ପୋଲିସ ଦୁର୍ଘଟଣାଗ୍ରସ୍ତ ବୋଲେରୋ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଚୋରା ଷଣ୍ଢ ବୁହା ବୋଲେରୋ ଗାଡ଼ି ସୁକିନ୍ଦା ରାଜପଥରେ ଓଲଟି ଦୁର୍ଘଟଣା ଗ୍ରସ୍ତ !!!

