ଏବେବି ବିଜେଡି ତାମିଲ ଛାପରୁ ମୁକ୍ତି ପାଇନି !!!

0
77
Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କେନ୍ଦ୍ର ସରକାର ୨୦୨୬ରେ ସମସ୍ତ ଲୋକସଭା ଓ ବିଧାନସଭା ଆସନର ସୀମା ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ତାମିଲନାକୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ଏହାକୁ କଡ଼ା ବିରୋଧ କରୁଥିବାବେଳେ ସେ ମାର୍ଚ୍ଚ ୭ରେ ଓଡ଼ିଶା ସମେତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସେହି ରାଜ୍ୟର ରାଜନୈତିକ ଦଳର ମୁଖ୍ୟମାନଙ୍କୁ ଚିଠି ଲେଖିଥିଲେ। ମାର୍ଚ୍ଚ ୨୨ରେ ଚେନ୍ନାଇରେ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ବୈଠକ ଡାକିଥିବାବେଳେ ଏଥିରେ ଯୋଗଦେବାକୁ ଆଜି ଡିଏମ୍‌କେର ସାଂସଦ ଦୟାନିଧି ମାରନ ଏବଂ ତାମିଲନାଡୁ ଶିଳ୍ପ ମନ୍ତ୍ରୀ ଟିଆର୍‌ବି ରାଜା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି।ଏହା ପରେ ବିଜେଡି ନେତା ସଂଜୟ ଦାସବର୍ମା ଗଣମାଧ୍ୟମକୁ କହିଛନ୍ତି ଯେ କେନ୍ଦ୍ର ସରକାର ସୀମାନିର୍ଦ୍ଧାରଣକୁ ସ୍ବଚ୍ଛତାର ସହ କରିବାକୁ ଚାହୁନାହାନ୍ତି । ସେଥିପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ ଦୁଇ ଜଣ ପ୍ରତିନିଥିଙ୍କୁ ବିଜେତି ସଭାପତିଙ୍କ ନିକଟକୁ ପଠାଇଥିଲେ । ତାମିଲନାଆକୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣକୁ ବିଜେଡି ସଭାପତି ଗ୍ରହଣ କରିଛନ୍ତି ଚେନ୍ନାଇରେ ହେବାକୁ ଥିବା ବୈଠକରେ ବିଜେଡି ଆନୁଷ୍ଠାନିକ ଭାବେ ଯୋଗଦେବ ବୋଲି ସହମତି ଏହାସହ ଶ୍ରୀ ଦାସବର୍ମା କହିଛନ୍ତି, ଓଡ଼ିଶା ବି ଏଥିରେ କ୍ଷତିଗ୍ରସ୍ତ ହେବା ଆନୁପାତିକ ଭାବେ ସଂସଦ ଓ ବିଧାନସଭାରେ ଯେଉଁ ଅନୁପାତରେ ଓଡ଼ିଶା ଆସନ ପାଇବା କଥା ତାହା ହେବ ନାହିଁ। ଓଡ଼ିଶାର ବାସ୍ତବରେ କ’ଣ କ୍ଷତି ହେବ ସେ ନେଇ ଖୁବ୍ ଶୀଘ୍ର ଭୁବନେଶ୍ଵରରେ ଏକ ବୈଠକ ହୋଇ ବ୍ୟାପକ ଆଲୋଚନା ହେବ ସୂଚନାଯୋଗ୍ୟ ଯେ ଆଜିର ବୈଠକରେ ବିଜେତି ପକ୍ଷରୁ ନବୀନଙ୍କ ସହ ଦେବୀ ପ୍ରସାଦ ମିଶ୍ର, ସ୍ଵୟ ଦାସବର୍ମା ଓ ପ୍ରଣବପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ସୀମା ନିର୍ଦ୍ଧାରଣକୁ ବିରୋଧ କରି ଆସନ୍ତା ମାର୍ଚ୍ଚ ୨୨ରେ ଚେନ୍ନାଇରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ବୈଠକ ବସିବ। ଏଥିପାଇଁ ଆଜି ତିଏମ୍‌କେ ନେତା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ବିଜେପି ବିଜେଡିକୁ ଟାର୍ଗେଟ୍ କରିଛି| ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି ଯେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସପକ୍ଷରେ ସାରା ଦେଶ ଥିବା ବେଳେ ଡିଏମ୍‌କେ ତା’ର ଚିରାଚରିତ ବିଭାଜନକାରୀ ଏଜେଣ୍ଡାକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛି। ଏଥିରେ ବିଜେଡି ସାମିଲ ହେବା ପ୍ରମାଣିତ କରୁଛି ଏବେ ବି ବିଜେଡି ତାମିଲ ଛାପରୁ ମୁକ୍ତି ପାଇନାହିଁ । ୨୦୨୪ ବିଧାନସଭା ନିର୍ବାଚନ ହାରିବା ପରେ ଏବେ ବିଜେଡି କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ମୁହାଁ ହୋଇଛି| ଓଡ଼ିଶା ରାଜନୀତିକୁ ତାମିଲକରଣ କରିବାର ଅପଚେଷ୍ଟାର ଜବାବ ଗତ ନିର୍ବାଚନରେ ଓଡ଼ିଶାବାସୀ ଦେଇଥିଲେ | ଆଜି ନବୀନ ବାବୁ ବିଧାନସଭା ନଯାଇ ଘରେ ରହି ତାମିଲନାଡୁର ଜଣେ ମନ୍ତ୍ରୀ ଓ ଜଣେ ସାଂସଦଙ୍କୁ ଭେଟିବା ପ୍ରମାଣିତ କରୁଛି ଯେ ନବୀନ ବାବୁ ଏବେ ବି ତାମିଲ ଛାପରୁ ମୁକ୍ତି ପାଇପାରିନାହାନ୍ତି | ଡିଲିମିଟେସନ କରାଗଲେ ଓଡିଶାର ଲୋକସଭା ଏବଂ ବିଧାନସଭା ଆସନ ସଂଖ୍ୟା ବଢ଼ିବ| ଏହାର ଜବାବ୍ ଦେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ଡିଏମ୍‌କେ ପ୍ରତିନିଧି ନବୀନ ବାବୁଙ୍କୁ ଭେଟିବା ପରେ ବିଜେପି କାହିଁକି ଛାନିଆ ହେଉଛି ? ଆମ ରାଜ୍ୟର ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ବର୍ତ୍ତମାନ ଠାରୁ ଯେପରି ନକମିବ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ | ଆସନ ସଂଖ୍ୟା କମିବା ନେଇ ଯଦି କିଛି ରାଜ୍ୟ ଆଶଙ୍କା କରୁଛନ୍ତି, ସଂଘୀୟ ଗଣତନ୍ତ୍ର ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ସବୁ ରାଜ୍ୟର ସ୍ବାର୍ଥ ରକ୍ଷା ହେଲା ଭଳି ନିଷ୍ପତ୍ତ ନେବା ଆବଶ୍ୟକ | ଏ ବାବଦରେ ଯଦି କିଛି ଆଞ୍ଚଳିକ ତଥା ଜାତୀୟ ରାଜନୈତିକ ଦଳ ପରସ୍ପର ମଧ୍ୟରେ ଆଲୋଚନା କରନ୍ତି, ଓଡ଼ିଶା ବିଜେପି ସେଥିରେ ପ୍ରତିକ୍ରିୟାଶୀଳ ହେବାର ଆବଶ୍ୟକ ନାହିଁ | ବୋଧହୁଏ ଓଡ଼ିଶା ବିଜେଡି ତାମିଲ କାମଳ ରୋଗଗସ୍ତ।କେରଳର ନେତାମାନେ ଯେମିତି ମନ୍ତବ୍ୟ ରଖୁଛନ୍ତିକି ହିନ୍ଦୁ ଏଡ୍ସ(HIV) ଏମାନଙ୍କୁ ସମାପ୍ତ କରିଦେବ ଦରକାର ବୋଲି କହିବାସହ ସାରକୁଲାର ଭଳି କାର୍ଯ୍ୟ କରୁଛନ୍ତି ସେହିଭଳି ନବୀନ ବାବୁବି ଜଗନ୍ନାଥ ଧାମ ସଂସ୍କୃତିକି କଣ ମାଟିରେ ମିସେଇବାପାଇଁ ଚାହୁଁଛନ୍ତିକି ? କେରଳ ଠାରୁ ଦୂରତା ରକ୍ଷା କରନ୍ତୁ ନହେଲେ ଏବେ ଓଡ଼ିଶା ଲୋକ ସବୁ ଜାଣି ପାରୁଛନ୍ତି ନିର୍ବୋଧ ବୋଲି ଭାବିବା ତାଙ୍କ ପାଇଁ ଭୁଲ ହେବ।

Leave a reply

  • Default Comments (0)
  • Facebook Comments
Please enter your comment!
Please enter your name here